www.samajalive.in
Sunday, December 14, 2025
23.1 C
Bhubaneswar

କଲମପୁର ସମବାୟ ସମିତି ସ୍ତରୀୟ ଚାଷୀ କମିଟି ବୈଠକ

କଲମପୁର : ଚଳିତ ଖରିଫ ଧାନ ସଂଗ୍ରହ ପାଇଁ କଲମପୁର ସମବାୟ ସମିତି ସ୍ତରରେ ଚାଷୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତି ଅଧ୍ୟକ୍ଷ ଶଙ୍କର୍ଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମିତି ନିର୍ଦେଶକ ପୀତବାସ ସାହୁ, ଘନଶ୍ୟାମ ନାଏକ, ସୁଧୀର ବେହେରା, ସମବାୟ ସମିତି ଅଧିନରେ ଥିବା ବଙ୍କାପଲା, ଦେପୁର, ବରଗାଁ, କଲମପୁର, ପଣ୍ଡିଗାଁ ଚାଷୀ ପ୍ରତିନିଧି  ଈଶ୍ୱରୀ ବେହେରା, ଅଜିତ ପଣ୍ଡା, ଗୌତମ ମାଝୀଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ।
ପେକ୍ସ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷେତ୍ର ମୋହନ ବାଗ କଲମପୁର ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଥିବା ମଣ୍ଡି ମାନଙ୍କରେ ଅଧିକ ମିଲରସଙ୍କୁ ଧାନ ଉଠାଣ ଦାୟିତ୍ୱ ଦେବା, ସମବାୟ ସମିତିକୁ ଗନି ବ୍ୟାଗ ଯୋଗାଇବା, ମଣ୍ଡିରେ ସିସି କ୍ୟାମେରା ଲଗାଇବା ଏବଂ ଡିସେମ୍ବର ମାସ ୪ ତାରିଖରେ ମଣ୍ଡିର ଶୁଭାରମ୍ଭ ଏବଂ କ୍ରୟ ଆରମ୍ଭ କରାଯିବାର ପ୍ରସ୍ତାବ ଗୃହୀତ କରାଗଲା। ନଭେମ୍ବର ୪ ତାରିଖରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହାକୁ ଗୁରୁତ୍ୱ ଦେବାସହ ପ୍ରସ୍ତାବକୁ ସ୍ୱୀକୃତି ଦେବା ପାଇଁ ସଭାରେ ଯୋଗଦେଇଥିବା ଡିଆରସି ଏସ. ପ୍ରମୋଦ କୁମାର ସାହୁଙ୍କୁ ଅନୁରୋଧ କରାଯାଇଛି। ଏହା ଉପରେ ଗୁରୁତ୍ୱ ଦେବା ସହ ଡିଆରସିଏସ ଶ୍ରୀ ସାହୁ ଜିଲ୍ଲା କମିଟିରେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories