www.samajalive.in
Tuesday, December 9, 2025
26.1 C
Bhubaneswar

 କିଙ୍ଗ୍ ଖାନଙ୍କ ବଦାନ୍ୟତା: ଏସିଡ୍ ପୀଡ଼ିତାଙ୍କୁ କରୁଛନ୍ତି ସହାୟତା

ବଲିଉଡର କିଙ୍ଗ୍ ଖାନ୍ ଭାବେ ଜଣାଯାଉଥିବା ଶାହରୁଖ୍ ଜଣେ ଦରଦୀ ମଣିଷଟିଏ। ତାଙ୍କ ଘନିଷ୍ଠ ବନ୍ଧୁମାନେ କହନ୍ତି, ସୁପରଷ୍ଟାର୍‌ ଭାବେ ପରିଚିତ ତାଙ୍କର ଏଇ ବନ୍ଧୁଜଣକ କିନ୍ତୁ ଖୁବ୍ ସାଧାରଣ ମଣିଷଟିଏ ଭଳି ବ୍ୟବହାର କରନ୍ତି। କିଙ୍ଗ୍ ଖାନ୍୍‌ଙ୍କ ଭଳି ଜଣେ ହୃଦୟବାନ୍ ବ୍ୟକ୍ତିଙ୍କୁ ପ୍ରକୃତରେ କିନ୍ତୁ ତାରକାର ମାନ୍ୟତା ମିଳିବା ଉଚିତ। ମହିଳା ସଶକ୍ତୀକରଣ ପାଇଁ ଜଣାଯାଉଥିବା ମୀର୍ ଫାଉଣ୍ଡେସନ୍ ଭାରତର ଏସିଡ୍ ଆକ୍ରାନ୍ତ ମହିଳାଙ୍କୁ ପୂର୍ଣ୍ଣ ସହଯୋଗ କରିଆସିଛି। ଗତ ୪ ବର୍ଷ ମଧ୍ୟରେ ୫୫ଜଣ ଏସିଡ୍ ପୀଡ଼ିତା ମହିଳାଙ୍କ ଅପରେସନ୍ ମଧ୍ୟ ହୋଇଛି। ଦେଶବିଦେଶର ନାମୀ ଡାକ୍ତରଙ୍କ ପରାମର୍ଶରେ ଏସବୁ କାମ ହୋଇଥାଏ। ତେବେ ଏହି ସହାୟତା କାର୍ଯ୍ୟ ନିମନ୍ତେ ଅର୍ଥ ଆ​‌େ​ସ କେଉଁଠୁ? ଫାଉଣ୍ଡେସନ୍‌ର ଜନୈକ ସଦସ୍ୟ କହିଛନ୍ତି ଧନିକ ବର୍ଗର ବଦାନ୍ୟ ବ୍ୟକ୍ତିଙ୍କ କାରଣରୁ ଏସବୁ କାମ ସୁରୁଖୁରୁରେ ଚାଲୁଛି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ଶାହରୁଖ୍ ଖାନ୍। ନିଜର ଏହି କାମ ସମ୍ପର୍କରେ କିଙ୍ଗ୍ ଶାହରୁଖ୍ ପ୍ରଚାର କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଏପରିକି ଶାହରୁଖ୍ ଏହି ଏସିଡ୍ ଆକ୍ରାନ୍ତ ମହିଳାଙ୍କ ମଧ୍ୟରୁ କେତେଜଣଙ୍କୁ ଚାକିରି ସୁବିଧା ମଧ୍ୟ ଉପଲବ୍ଧ କରାଇଛନ୍ତି। ମୁମ୍ବଇର ଏକ ନାମୀ ହୋଟେଲରେ ମୁଖ୍ୟ ସେଫ୍ ପଦରେ ରହିଛନ୍ତି ଏସିଡ୍ ଆକ୍ରାନ୍ତ ନିଧି ଶ୍ରୀବାସ୍ତବ। ଏହି ଚାକିରି ପାଇବା ନିମନ୍ତେ ତାଙ୍କର ଯୋଗ୍ୟତା ଥିଲା, ହେଲେ କଦାକାର-କୁତ୍ସିତ ମୁହଁ ଦେଖି କେହି ରାଜି ହୋଇନଥିଲେ। କିଙ୍ଗ୍ ଖାନ୍‌ଙ୍କ ନିକଟରେ ଯେତେବେଳେ ଏହି ଖବର ପହଞ୍ଚିଥିଲା, ସେ ନିଜେ ବ୍ୟକ୍ତିଗତ ଭାବେ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ବାର୍ତ୍ତାଳାପ କରି ରାଜି କରାଇଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories