ସିଙ୍ଗାପୁରରେ ପହଞ୍ଚିଲେ କିମ୍‍

0

ସିଙ୍ଗାପୁର: ଐତିହାସିକ ଆମେରିକା-ଉତ୍ତର କୋରିଆ ଶୀର୍ଷ ସମ୍ମିଳନୀ ପାଇଁ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍‍ ଜୋଙ୍ଗ ଉନ୍‍ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଏୟାର ଚାଇନା ୭୪୭ରେ କିମ୍‍ ସିଙ୍ଗାପୁର ଆସିଛନ୍ତି। ଏହାପୂର୍ବରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କିମ୍‍ ପୋଙ୍ଗୟାଙ୍ଗ ବିମାନ ବନ୍ଦରରେ ପହଞ୍ଚିଥିଲେ। ଆଜି କିମ୍‍ ସିଙ୍ଗାପୁର ରାଷ୍ଟ୍ରପତି ଲି ଏଚ୍‍ ଲୁଙ୍ଗଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଅଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କିମ୍‍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଐତିହାସିକ ଆଲୋଚନା ଓ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଶିଖର ବୈଠକ ଉପରେ ସମଗ୍ର ବିଶ୍ୱର ଦୃଷ୍ଟି ନିବଦ୍ଧ ରହିଛି। ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟରେ ଏହି ବୈଠକକୁ ଅନେକ ଗୁରୁତ୍ୱ ଦିଆଯାଉଛି। ଆଲୋଚନା ପୂର୍ବରୁ ଉତ୍ତର କୋରିଆକୁ ସମ୍ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ କରିବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ଆଣି ଆଲୋଚନାରୁ ଓହରିଯିବା ପାଇଁ ଏକଦା ଉତ୍ତର କୋରିଆ ଚେତାବନୀ ଦେଇଥିଲା। ଏହାପରେ ଆମେରିକା ପକ୍ଷରୁ ମଧ୍ୟ ବୈଠକ ବାତିଲ୍‍ ହେବା ନେଇ ସୂଚନା ଦିଆଯାଇଥିଲା। କିନ୍ତୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜାଇ ଇନ୍‍ଙ୍କ ଉଦ୍ୟମରେ ପୁଣି ଥରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଆଲୋଚନା ସମ୍ଭବ ହୋଇଥିବା କୁହାଯାଉଛି। ଏହି ବୈଠକ ଆଲୋଚନା ପାଇଁ ସୁରକ୍ଷା ବ୍ୟବସ୍ଥା ସବୁଠାରୁ କଡ଼ା କରାଯାଇଥିବା କୁହାଯାଉଛି।

Leave A Reply