www.samajalive.in
Monday, December 8, 2025
27.1 C
Bhubaneswar

ନେପାଳୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କଲେ କିଟ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର

ଡେସ୍କ: ଛାତ୍ରୀ ମୃତ୍ୟୁ ମାମଲାରେ କିଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ କହିଛନ୍ତି, ପ୍ରକୃତି ଲାମସାଲଙ୍କ ପରିବାର ସହିତ କିଟ୍ ଦୁଃଖରେ ସମଭାଗୀ ଓ ତାଙ୍କ ଦୁଃଖଦ ବିୟୋଗରେ ଗଭୀର ଶୋକ ପ୍ରକାଶ କରୁଛି। ପ୍ରକୃତି ଲାମସାଲ ଜଣେ ଉଦୀୟମାନ ଛାତ୍ରୀ ଥିଲେ।

ସେ କହିଛନ୍ତି, ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, କିଟ ବିଶ୍ୱବିଦ୍ୟାଳୟ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଛଡା କିଟ କର୍ତୃପକ୍ଷ ତଦନ୍ତକୁ ପୂର୍ଣ୍ଣ ସମର୍ଥନ କରିବା ସହ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିଛନ୍ତି। ଶାନ୍ତିପୂର୍ଣ୍ଣ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

- Advertisement -


ସେ ଭିଡିଓ ବାର୍ତ୍ତାରେ କହିଛନ୍ତି, ଯେଉଁ ୨ ଜଣ ସୁରକ୍ଷା କର୍ମୀ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲେ, ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ୨ ଜଣ ବରିଷ୍ଠ ହଷ୍ଟେଲ ପରିଚାଳକ ଓ ଜଣେ ପ୍ରଶାସକଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିବା ସେ କହିଛନ୍ତି। ଇତିମଧ୍ୟରେ ହଷ୍ଟେଲ ଛାଡିଥିବା ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ହୋଇଛି ଓ ସେମାନେ ଫେରି ଆସିବେ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ଫେରି ଆସିବା ଲାଗି ଆର୍ଥିକ ସହାୟତା ସମେତ ପରିବହ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି। ନେପାଳୀ ପ୍ରତିନିଧିମାନେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି କହିଛନ୍ତି ଯେ ଇମେଲ ଜରିଆରେ ନେପାଳୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ସମସ୍ତ ବିଷୟ ଅବଗତ କରାଯାଇଛି। ତେବେ କ୍ୟାମ୍ପସରେ ନେପାଳର ବଜେଟ ସମ୍ପର୍କିତ ଅପମାନଜନକ ମନ୍ତବ୍ୟ ସେଇଥିବା ଆସୋସିଏଟ ପ୍ରଫେସର ମଞ୍ଜୁଷା ପାଣ୍ଡେ ଓ ଛାତ୍ରୀ ନିବାସ ତଥା ଛାତ୍ରଛାତ୍ରୀ ବ୍ୟାପାର ବିଭାଗ ଯୁଗମ ନିର୍ଦ୍ଦେଶିକା ଜୟନ୍ତୀ ନାଥ ସେମାନଙ୍କ ବ୍ୟବହାର ପାଇଁ ପୂର୍ବରୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଭିଡିଓ ବାର୍ତ୍ତା ଜରିଆରେ କ୍ଷମା ପ୍ରାର୍ଥନା କରିସାରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories