www.samajalive.in
Monday, December 15, 2025
15.1 C
Bhubaneswar

ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ: ବିଶ୍ବସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ 

ରେଙ୍ଗାଲି :  ଗତ ୩୧ ବର୍ଷ ଧରି ଆୟୋଜିତ  ହୋଇ ଆସୁଥିବା କମନ୍ ୱେଲଥ୍ ସହଯୋଗରେ ହାର୍ଟଫୁଲନେସ ଏଜୁକେସନ୍ ଟ୍ରଷ୍ଟ୍ ଏବଂ ଶ୍ରୀ ରାମଚନ୍ଦ୍ର ମିଶନ ଦ୍ଵାରା ଆୟୋଜିତ ହୋଇଥିବା ବିଶ୍ୱ ସ୍ତରୀୟ ହୃଦୟ ସ୍ପର୍ଶୀ ପ୍ରବନ୍ଧ ପ୍ରତିଯୋଗିତା୨୦୨୪ ରେ ୨ଟି ବୟସ ଶ୍ରେଣୀ ବର୍ଗରେ ମୋଟ ୧୧ଟି ଭାଷାରେ ୯୧, ୦୫୦ଟି ପ୍ରବନ୍ଧର ଗ୍ରହଣ କରାଯାଇଥିଲା । ଏଥିରେ  ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ବବଲି ରଣା ଓଡିଆ ଭାଷାରେ  ପ୍ରଥମ ଓ ସୁହାନି ପଟେଲ ଦ୍ବିତୀୟ  ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ସଫଳତା ଆଣିବା ସହ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଫେବୃୟାରୀ ୧୬ ଓ ୧୭ ତାରିଖରେ ହାଇଦ୍ରାବାଦର କାନ୍ହା ଶାନ୍ତି ବନମ୍ ଠାରେ “ଶ୍ରେଣୀ ଗୃହରେ ସ୍ଥିରତା “ଥିମ୍ ରେ ହୋଇଥିବା ୨ଦିନିଆ ସମ୍ମିଳନୀରେ କୃତୀ ପ୍ରତିଯୋଗୀ ମାନେ କମନ୍ ୱେଲଥ୍ ର  ବର୍ତ୍ତମାନ ସେକ୍ରେଟାରୀ ଜେନେରାଲ ପ୍ୟାଟ୍ରିସିଆ ଜ।ନେଟ୍ ସ୍କଟଲାଣ୍ଡ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ  ରମଣୀ କାନ୍ତ ସାହୁ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଦେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories