ଓରିଙ୍ଗାବାଡି ହତ୍ୟା ଘଟଣା, ଗିରଫ ଦାବିରେ ଥାନା ଘେରାଉ

ଗୁରୁଡିଝାଟିଆ : ଜନଜାତି ଯୁବକ ବିକ୍ରମ ଯେରେଇକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟାକରିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି ନେଇ ଗୁରୁଡିଝାଟିଆ ଥାନା ଘେରାଉ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ର ସଭାପତି ବିଚିତ୍ରାନନ୍ଦ ସେଠୀ,ରାଜ୍ୟ ସଂଯୋଜକ ସତ୍ୟଜିତ ମଲ୍ଲିକଙ୍କ ନେତୃତ୍ଵରେ ମନୋରଞ୍ଜନ ଜେନା,ପ୍ରତାପ ଦାସ ,ପ୍ରହଲ୍ଲାଦ ମଲ୍ଲିକଙ୍କ ସହ ଜନଜାତି ମାନେ ଥାନା ଘେରାଉରେ ସଂଶ୍ଳିଷ୍ଟ ହୋଇଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ,କ୍ଷତିପୂରଣ ଦାବି କରିଥିଲେ। ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭନାରାୟଣ ମୁଦୁଲି,ଏସ କେ ସାହୁ,ଏସଡିପିଓ ଉମାକାନ୍ତ ନାୟକ, ଖୁଣ୍ଟୁଣୀ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଓ ପରେଶ କୁମାର ମହାନ୍ତି ପ୍ରମୁଖ ଆନ୍ଦୋଳନ କାରୀ ଓ ବିଜେପି ନେତା ଅଭୟ କୁମାର ବାରିକଙ୍କ ସହ ଆଲୋଚନା କରି ଖୁବଶିଘ୍ର ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ପ୍ରକାଶ ଯୋଗ୍ୟ ଗତ ରବିବାର ଦିନ ରାସ୍ତା ଉପରେ ବାଲି ସିମେଣ୍ଟ ଫେଣ୍ଟାକୁକୁ କେନ୍ଦ୍ର କରି ଦୀପ୍ତି ରଂଜନ ଜେନା ତାଙ୍କର ସହଯୋଗୀମାନେ ମୃତ ବିକ୍ରମ , ଚୈତନ୍ୟ ଓ ରାମ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ବିକ୍ରମର ମୃତ୍ୟୁ ଘଟିଥିବାବେଳେ ରାମ ଓ ଚୈତନ୍ୟ ଗୁରୁତର ହୋଇଥିଲେ। ଏହି ଘଟଣାରେ ମୃତ ବିକ୍ରମର ସ୍ତ୍ରୀ ସବିତା ଲିଖିତ ଅଭିଯୋଗ କରିଥିଲେ। ଏବେ ସୁଦ୍ଧା ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିପାରିନାହିଁ।
Comments are closed.