www.samajalive.in
Saturday, December 6, 2025
26.1 C
Bhubaneswar

ଦାବି ପୂରଣ ପାଇଁ ଏମସିସି ବ୍ୟାଙ୍କ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ

ଖୁଣ୍ଟା : ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ଖୁଣ୍ଟା ଶାଖା କର୍ମଚାରୀ ମାନେ ମୟୂରଭଞ୍ଜ ଜିଲା କର୍ମଚାରୀ ସଂଘର ନିଷ୍ପତ୍ତି କ୍ରମେ ଏକାଧିକ ଦାବି ପୂରଣ ପାଇଁ ମଙ୍ଗଳବାର କଳା ବ୍ୟାଚ ପରିଧାନ କରିଥିଲେ। ଗତ ନଭେମ୍ବର୧୮ ତାରିଖରେ ମୟୂରଭଞ୍ଜ କେନ୍ଦ୍ର ସମବାୟ କର୍ମଚାରୀ ସଂଘର ସଦସ୍ୟଙ୍କୁୁ ନେଇ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲା ସ୍ତରୀୟ ବୈଠକରେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯାଇଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ଜିଲାର ଶାଖା ମାନଙ୍କ ସହିତ ଖୁଣ୍ଟା ଶାଖାର କର୍ମଚାରୀ ମାନେ ଡିସେମ୍ବର ୪ ତାରିଖ ମଙ୍ଗଳବାରରୁ କାର୍ଯ୍ୟକ୍ଷେତ୍ରରେ କଳା ବ୍ୟାଚ ଧାରଣ କରି ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ପରବର୍ତ୍ତି ସମୟରେ କର୍ମଚାରୀ ମାନେ ଅସହଯୋଗ କରିବେ ଓ ୧୦ ତାରିଖରୁ ସମୁହ ଛୁଟିରେ ଯିବେ ବୋଲି ସଂଘର ଉପସଭାପତି ତଥା ଖୁଣ୍ଟା ଶାଖାର କର୍ମଚାରୀ ଜୟଚନ୍ଦ୍ର ସୋରେନ କହିଛନ୍ତି। ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜ୍ୟରେ ଦ୍ୱତୀୟ ସ୍ଥାନ ଅଧିକାର କରିବା ସହ ପୂର୍ବ ବର୍ଷ ଏହାର ଲାଭର ପରିମାଣ ଉଲେଖନୀୟ ସ୍ତରକୁ ଛୁଇଁଛି। ଏପରି ସ୍ଥଳେ କର୍ମଚାରୀଙ୍କୁ ବର୍ଦ୍ଧିତ ହାରରେ ଦରମା ପ୍ରଦାନ, ପଦନ୍ନୋତି, ସ୍ୱାସ୍ଥ୍ୟ ବୀମାର ପରିମାଣ ୫ଲକ୍ଷ ଟଙ୍କାକୁ ବୃଦ୍ଧି ଆଦି ବିଭିନ୍ନ ଦାବି ଗୁଡିକ ପୂରଣ କରାଯିବାକୁ କର୍ମଚାରୀ ସଂଘ ଦାବି କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories