www.samajalive.in
Saturday, December 6, 2025
23.1 C
Bhubaneswar

ଧଳାପଥର-କୁମ୍ଭାରି ଛକ ରାସ୍ତା ଶୋଚନୀୟ

କଳାପଥର(ବାଙ୍କୀ)/ବୋଲଗଡ : ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ବୋଲଗଡ ବ୍ଳକ ଅନ୍ତର୍ଗତ ଧଳାପଥର-କୁମ୍ଭାରି ଛକ ମୁଖ୍ୟ ରାସ୍ତାର ବାରବାଟି, ସହଜପୁର ହଡାନଇ ହନୁମାନ ମନ୍ଦିର ନିକଟରେ ରାସ୍ତା ପାଶ୍ୱରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି। ଏହି ରାସ୍ଥା ଦେଇ ଅନ୍ଧାର ରାତ୍ରିରେ ଯାଉଥିବା ପାଦ ଚଲା ବାଟୋଇ ଓ ଦୁଇ ଚକିଆ ସାଇକେଲ ଆରୋହି ଓ ମୋଟର ସାଇକେଲରେ ଯାଉଥିବା ବ୍ୟକ୍ତି ବିଶେଷ ଏହି ଗର୍ତ୍ତରେ ପଡି ଛୋଟ ବଡ ଦୃର୍ଘଟଣାର ଶିକାର ହେଉଛନ୍ତି। ଗ୍ରାମ୍ୟଉନ୍ନୟନ ଏହି ରାସ୍ତା ନିର୍ମ୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଏଭଳି ଦୁର୍ଦ୍ଧଶାର ପଥ ପାଲଟିଛି। ଧଳାପଥର ବଜାର ଠାରୁ ଆରମ୍ଭ କରି ଖୋର୍ଦ୍ଧା -ବଲାଙ୍ଗିର ୫୭ନଂ ଜାତିୟ ରାଜପଥରାଜ ସୁନାଖଳାକୁ ଛୁଇଁଥିବା କୁମ୍ଭାରି ଛକ ପର୍ଯ୍ୟନ୍ତ ୧୫ କି ମି ରାସ୍ତାରେ ବହୁ ସଂଖ୍ୟକ ଗର୍ତ୍ତ ହୋଇଥିଲେ ହେଁ ପ୍ରଶାସନ ଅଧିକାରୀ ମାନଙ୍କୁକାହାରିକୁ ଦେଖାଯାଉ ନାହିଁ। ଠଣାପଲ୍ଲୀ,ଆରକମା,ବାଙ୍କୋଇ,ସହଜପୁର,ହାଟବସ୍ତ ଗ୍ରାମର ଛାତ୍ରଛାତ୍ରୀ ସୁନାଖଳା କଲେଜ ଏବଂ ବୋଲଗଡ ଯାଇଥାନ୍ତି। ରାଜସୁନାଖଳା ବଜାରଟି ବଡ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଳକ କୁ ଏବଂ ନୟାଗଡ ସହରକୁ ଯାତାୟତ ପାଇଁ ବାଙ୍କୀ ଅଞ୍ଚଳର ଶତାଧିକ ଜନସାଧାରଣ ନିର୍ଭରଶୀଳ। କଣ୍ଟିଲୋ ନିକଟବର୍ତ୍ତୀ ସିଧାମୁଳା ଏବଂ ବାଙ୍କୀ ବ୍ଳକ ବୈଦ୍ୟେଶ୍ୱର ବାଲି ଘାଟରୁ ପ୍ରତିଦିନ ଶହ ଶହ ବାଲି ବୋଝେଇ ହାଇଓା ଟ୍ରକ ସମେତ ଛୋଟବଡ ଟ୍ରାକ୍ଟର ଯାତାୟତ କରୁଛି। ଏହି ରାସ୍ତାରେ ଭାରିଜାନ ଚଳାଚଳ ଉପରେ ରୋକ ନଥିବା ର ୁ ଏବେ ମୁଖ୍ୟ ରାସ୍ତା ମରଣ ଯନ୍ତା ପାଲଟିଛି। ଏ ସଂକ୍ରାନ୍ତରେ ଯନ୍ତ୍ରି ଙ୍କୁ ସ୍ଥାନିୟ ଜନସାଧାରଣ ବାମ୍ବାର ଜଣାଇଥିଲେହେଁ ମରାମତି ପାଇଁ କୈାଣସି ପଦକ୍ଷେପ ନେଉନାହାନ୍ତି। ଏହା ବିରୁଦ୍ଧରେ ଆଗାମି ଦିନରେ ଅସନ୍ତୋଷ ଦିନକୁଦିନ ବଢିବାରେ ଲାଗିଛି। ଏ ସଂମ୍ପର୍କରେ ବୋଲଗଡ ବ୍ଳକ କନିଷ୍ଟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେହେଁ ସମ୍ଭବ ହୋଇନଥିଲା।।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories