୨ ଲକ୍ଷ ନେଇ ଭିଜିଲାନ୍ସ ଜାଲରେ ଫସିଲେ ମହିଳା ସହକାରୀ ଯନ୍ତ୍ରୀ
ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପଡିଲେ ମହିଳା ସହକାରୀ ଯନ୍ତ୍ରୀା ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଠିକାଦାରଙ୍କ ଠାରୁ ୫୦ ହଜାର ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ୧୮ ଲକ୍ଷର ବିଲ୍ ପାସ୍ କରିବା ପାଇଁ ୨ ଲକ୍ଷ ୧୫ ହଜାର ଦାବି କରିଥିଲେ। ବୁଧବାର ୫୦ ହଜାର ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଘଟଣାର ତଦନ୍ତ ଜାରି ରହିଛି।
Comments are closed.