www.samajalive.in
Sunday, December 14, 2025
19.1 C
Bhubaneswar

ୟୁକ୍ରେନ ଦଖଲରେ ଖେରସନ

କିଭ୍‌ : ୟୁକ୍ରେନର ଖେରସନ ଅଞ୍ଚଳରୁ ରୁଷ୍‌ ଏହାର ସମସ୍ତ ସୈନ୍ୟ ପ୍ରତ୍ୟାହାର କରିନେଇଛି । ଅନ୍ୟପଟେ ୟୁକ୍ରେନ ସେନା ଖେରସନ ଅଞ୍ଚଳକୁ ନିଜ ଦଖଲକୁ ନେଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇଛି ଯେ ଏହା ଖେରସନ ଅଞ୍ଚଳକୁ ଦଖଲ କରିଛି। ଖେରସନ ଅଞ୍ଚଳକୁ ଦଖଲ ପରେ ଏଠାରେ ରହିଯାଇଥିବା ବଳକା ରୁଷ୍‌ ସେନାଙ୍କୁ ଆତ୍ମସମର୍ପଣ କରିବାକୁ ୟୁକ୍ରେନ ସେନା କହିଛି। ୟୁକ୍ରେନ ସେନା ଖେରସନକୁ ଦଖଲ କରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦ ଲହରି ଖେଳିଯାଇଛି। ସ୍ଥାନୀୟବାସିନ୍ଦା ୟୁକ୍ରେନ ସୈନ୍ୟଙ୍କୁ ସ୍ବାଗତ କରିଛନ୍ତି। ସ୍ଥାନୀୟ ଲୋକେ ସୈନ୍ୟଙ୍କ ସହିତ ସେଲଫି ନେବା ସହିତ ବିଜୟ ସ୍ଲୋଗାନ ଦେଇଛନ୍ତି। ଖେରସନ ଅଞ୍ଚଳର ପ୍ରମୁଖ ସେତୁ ଆଣ୍ଟୋନିଭିକ୍ସ ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଆଣ୍ଟୋନିଭିସ୍କି ସେତୁ ୟୁକ୍ରେନର ଖେରସନ ସହର ସହିତ ରୁଷ୍‌ ନିୟନ୍ତ୍ରିତ ଡିନିପ୍ରୋ ଅଞ୍ଚଳକୁ ସଂଯୋଗ କରିଥାଏ। ତେବେ ଏହି ସେତୁଟି କିପରି ଓ କିଏ ନଷ୍ଟ କରିଛି ତାହା ଜଣାପଡି ନାହିଁ। ଫେବୃଆରୀରୁ ଯୁଦ୍ଧ ଆରମ୍ଭ ପରେ ରୁଷ ଆଞ୍ଚଳିକ ରାଜଧାନୀ ଭାବେ ଖେରସନକୁ ପ୍ରଥମେ ଦଖଲ କରିଥିଲା।
ଖେରସନ ଅଞ୍ଚଳରୁ ରୁଷ୍ ସୈନ୍ୟ ପ୍ରତ୍ୟାହାର କରିଥିବାବେଳେ ଶୁକ୍ରବାର ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣ ତୀବ୍ର କରିଛି। ୟୁକ୍ରେନର ଦକ୍ଷିଣ ସହର ମାଇକୋଲେଭ ଉପରେ ରୁଷ୍‌ ସେନାର କ୍ଷେପଣାସ୍ତ୍ର ମାଡରେ ୫ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହା ଦକ୍ଷିଣ ୟୁକ୍ରେନର ଖେରସନ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଶେଷ କରିଛି। ଶୁକ୍ରବାର ସକାଳେ ଏହି ସୈନ୍ୟ ପ୍ରତ୍ୟାହାର ଶେଷ ହୋଇଥିଲା। ରୁଷ୍ ସେନା ଏହାର ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମକୁ ଡିନିପ୍ରୋ ନଦୀ କୂଳକୁ ଫେରାଇ ଆଣିଛି। ଫେବୃଆରୀରୁ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବାର ଯୁଦ୍ଧର ସମାପ୍ତି ଘଟିବାର ସୂଚନା ମିଳୁ ନଥିବାବେଳେ ୟୁକ୍ରେନ ଶାନ୍ତି କଥାବାର୍ତ୍ତା ପାଇଁ ଆଗ୍ରହ ପ୍ରକାଶ କରିଛି। ଆମେରିକାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଯୁଦ୍ଧରେ ୪୦ହଜାର ୟୁକ୍ରେନ ନାଗରିକ ପ୍ରାଣ ହରାଇଛନ୍ତ। ଅନ୍ୟପଟେ ରୁଷ୍‌ର ୧ଲକ୍ଷ ସୈନ୍ୟ ପ୍ରାଣ ହରାଇଛନ୍ତି। ୟୁକ୍ରେନକୁ ୪୦୦ ନିୟୁତ ଡଲାର ସୁରକ୍ଷା ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି। ଏହି ସହାୟତା ମଧ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରାଯାଇପାରୁଥିବା କ୍ଷେପଣାସ୍ତ୍ର ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories