www.samajalive.in
Sunday, December 14, 2025
23.1 C
Bhubaneswar

ସୋମବାର ଶୁଣାଣିରେ ଉପସ୍ଥିତ ରହିବାକୁ ଓକିଲ ସଂଘକୁ ନିର୍ଦେଶ

ନୂଆଦିଲ୍ଲୀ : ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ଏବଂ କୋର୍ଟ କାର୍ଯ୍ୟ ବର୍ଜନ ମାମଲରେ ଆସନ୍ତା ସୋମବାର ନଭେମ୍ବର ୧୪ ଶୁଣାଣିରେ ବାର କାଉନସେଲ ଅଫ ଇଣ୍ଡିଆ, ଓଡ଼ିଶା ରାଜ୍ୟ ବାର କାଉନେସେଲ ଏବଂ ଆନ୍ଦୋନଳରତ ବାର ଆସୋସିଏସନ ଗୁଡ଼ିକୁ ଉପସ୍ଥିତ ରହିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଆଜି ବିଚାରପତି ସଞ୍ଜୟ କିଷନ କୌଲ ଏବଂ ବିଚାରପତି ଅଭୟ ଏସ ଓକାଙ୍କ ଖଣ୍ଡପୀଠରେ ବିଚାରପତି ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗରେ ଦି ଆଡ଼ଭୋକେଟ ଆସୋସିଏସନ ଅଫ ବେଙ୍ଗାଲୁରୁ ଦ୍ୱାରା ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି ବେଳେ ଓଡ଼ିଶା ହାଇକୋର୍ଟଙ୍କ ଓକିଲ ଶିବଶଙ୍କର ମିଶ୍ର ଦର୍ଶାଇଥିଲେ ଯେ ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ଏବଂ କାର୍ଯ୍ୟ ବର୍ଜନ ଯୋଗୁଁ କେତେକ ଅଦାଲତରେ ଅଚାଳାବସ୍ଥା ସୃଷ୍ଟି ହୋଇଛି। ଏହି ବିଷୟରେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ଆଗତ ଏକ ମାମଲାର ଶୁଣାଣି ନଭେମ୍ବର ୧୪କୁ ଧାର୍ଯ୍ୟ ହୋଇଛି ଏବଂ ରେଜିଷ୍ଟ୍ରାର ଜେନେରାଲଙ୍କ ତରଫରୁ ପକ୍ଷଭୁକ୍ତ ସମସ୍ତ ବାର କାଉନସେଲ ଏବଂ ଆସୋସିଏସନକୁ ମାମଲାର ନକଲ ପ୍ରଦାନ କରାଯାଇଛି। ସୋମବାର ଶୁଣାଣି ବେଳେ ସମସ୍ତ ପକ୍ଷଭୁକ୍ତ ବାର ପ୍ରତିନିଧି ଉପସ୍ଥିତ ରହି ନିଜ ପକ୍ଷ ଉପସ୍ଥାପନ କରିବାକୁ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ପ୍ରକାଶ ଯେ ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଚଳିତ ବର୍ଷ ଜାନୁଆରୀରୁ ସେପଟେମ୍ବର ମଧ୍ୟରେ ବିଭିନ୍ନ ଅଦାଲତ ଗୁଡ଼ିକରେ ୨,୧୪,୧୭୬ କାର୍ଯ୍ୟ ଘଣ୍ଟା ନଷ୍ଟ ହୋଇଛି। ଅଦାଲତରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସମସ୍ୟାର ସମାଧାନ ଲାଗି ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରେଜିଷ୍ଟ୍ରାର ଜେନେରାଲ ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories