www.samajalive.in
Sunday, December 14, 2025
19.1 C
Bhubaneswar

କେମ୍ପେଗୌଡ଼ାଙ୍କ ୧୦୮ ଫୁଟ ମୂର୍ତ୍ତି ଉନ୍ମୋଚିତ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ସହରର ପ୍ରତିଷ୍ଠାତା ଭାବେ ପରିଚିତ ନନ୍ଦପ୍ରଭୁ କେମ୍ପେଗୌଡାଙ୍କର ୧୦୮ ଫୁଟ ଉଚ୍ଚ ବ୍ରୋଞ୍ଜ ମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉନ୍ମୋଚନ କରିଛନ୍ତି। ଗିନିଜ୍ ୱାର୍ଲ୍ଡ ବୁକ୍ସ ଅଫ ରେକର୍ଡ ଅନୁଯାୟୀ ଏହା ନନ୍ଦପ୍ରଭୁଙ୍କର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି। ଏହାକୁ ଷ୍ଟାଚ୍ୟୁ ଅଫ ପ୍ରସପରିଟି ବୋଲି ନାମିତ କରାଯାଇଛି। ବେଙ୍ଗାଲୁରୁର ବିକାଶ କ୍ଷେତ୍ରରେ କେମ୍ପେଗୌଡାଙ୍କର ଅବଦାନକୁ ସ୍ମରଣୀୟ ରଖିବା ନିମନ୍ତେ ତାଙ୍କର ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଏହି ମୂର୍ତ୍ତିର ଓଜନ ୨୧୮ ଟନ ହୋଇଥିବାବେଳେ ଏଥିରେ ୯୮ ଟନ୍ ବ୍ରୋଞ୍ଜ ଓ ୧୨୦ ଟନ ଇସ୍ପାତ ବ୍ୟବହାର କରାଯାଇଛି। ଏହାକୁ କେମ୍ପେଗୌଡା ଆନ୍ତର୍ଜାତିକ ବିମାନବନ୍ଦର ପରିସରରେ ସ୍ଥାପନ କରାଯାଇଛି। ମୂର୍ତ୍ତି ନିକଟରେ ୨୩ ଏକର ପରିସୀମାର ଏକ ପାର୍କ ତିଆରି କରାଯାଇଛି। ଏଥିରେ ୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଜିର ଉନ୍ମୋଚନ ଉତ୍ସବରେ କର୍ଣ୍ଣାଟକ ରାଜ୍ୟପାଳ ଥୱରଚାନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories