www.samajalive.in
Friday, December 12, 2025
16.1 C
Bhubaneswar

ଜ୍ଞାନବାପି ମସ୍‌ଜିଦ ମାମଲା : ‘ଶିବଲିଙ୍ଗ’ ସୁରକ୍ଷା ଅବଧି ବଢିଲା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ଠାବ ହୋଇଥିବା ‘ଶିବଲିଙ୍ଗ’ଙ୍କ ସୁରକ୍ଷା ଅବଧିକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ସୂର୍ଯ୍ୟ କାନ୍ତ ଓ ବିଚାରପତି ପିଏସ୍‌ ନରସିଂହଙ୍କୁ ନେଇ ଗଠିତ ପୀଠ ‘ଶିବଲିଙ୍ଗ’ ସୁରକ୍ଷା ଅବଧିକୁ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟରେ ଶିବଲିଙ୍ଗଙ୍କୁ ନଷ୍ଟ କିମ୍ବା ସ୍ଥାନାନ୍ତର କରାଯାଇପାରିବ ନାହିଁ। ଗତ ମେ ୧୭ ତାରିଖରେ ସୁପ୍ରିମକୋର୍ଟ ଜ୍ଞାନବାପି-ଶ୍ରୀନଗର ଗୌରୀ କ‌େମ୍ପ୍ଲକ୍ସ ମଧ୍ୟରେ ଠାବ ହୋଇଥିବା ଶିବଲିଙ୍ଗ ଅଞ୍ଚଳର ସୁରକ୍ଷା ନିମନ୍ତେ ବାରାଣସୀ ଜିଲାପାଳଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ଦେଇଥିଲେ। ଏବେ ଶିବଲିଙ୍ଗ ସୁରକ୍ଷା ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରିଛନ୍ତି।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ପୀଠ ହିନ୍ଦୁ ପକ୍ଷଙ୍କୁ ସେମାନଙ୍କ ଜବାବ ଦାଖଲ ନିମନ୍ତେ ୩ ସପ୍ତାହ ସମୟ ଦେଇଛନ୍ତି। ଅଞ୍ଜୁମାନ ଇମ୍‌ତିଆଜ୍ ମସଜିଦ୍ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦେଶକୁ ଚାଲେଞ୍ଜ କରି ଦାୟର କରିଥିବା ପିଟିସନ ଉପରେ ହିନ୍ଦୁ ପକ୍ଷ ଜବାବ ରଖିବେ। ଆହ୍ଲାବାଦ ହାଇକୋର୍ଟ ଜ୍ଞାନବାପୀ ମସ୍‌ଜିଦ ପରିସରରେ ସର୍ଭେ ନିମନ୍ତେ କମିସନର ନିଯୁକ୍ତି କରିବାକୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ନିର୍ଦେଶ ବିରୋଧରେ ଅଞ୍ଜୁମାନ ଇମ୍‌ତିଆଜ ମସ୍‌ଜିଦ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ମେ​‌ ୨୦ ତାରିଖରେ ସୁପ୍ରିମକୋର୍ଟ ଜ୍ଞାନବାପି ମସ୍‌ଜିଦ ମାମଲାରେ ହିନ୍ଦୁ ପକ୍ଷ ଦାୟର କରିଥିବା ମାମଲା ସିଭିଲ୍ ଜଜ୍ (ସିନିୟର ଡିଭିଜନ୍‌)ଙ୍କ ଠାରୁ ବାରାଣସୀ ଜିଲା ଜଜ୍‌ କୋର୍ଟକୁ ସ୍ଥାନାନ୍ତର କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories