www.samajalive.in
Thursday, December 11, 2025
16.1 C
Bhubaneswar

ଶନିବାର ରାଶିଫଳ (୧୨/୧୧/୨୦୨୨)

ମେଷ : ପୁଣ୍ୟକର୍ମ ହେତୁ ଧନାଗମର ଅନ୍ତଃସ୍ରୋତ ଅବ୍ୟାହତ ରହିବ। ପ୍ରଭାବଶାଳୀ ହୋଇପାରନ୍ତି। ପୁତ୍ରର ଆୟ ଧନ ଭଣ୍ଡାରକୁ ବୃଦ୍ଧି କରିବାରେ ସହାୟକ ହେବ। ବନ୍ଧୁ ସୂତ୍ରରୁ ଧନ ମିଳିପାରେ।

ବୃଷ : ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଅପରିହାର୍ଯ୍ୟ। ଦାମ୍ପତ୍ୟ ସୁଖ ମିଳିବ।

ମିଥୁନ : ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଜ୍ଞାନଗରିମାସମ୍ପନ୍ନ ହେବେ। ଧର୍ମଧାରଣାରେ ଧନ ବ୍ୟୟ କରିପାରନ୍ତି। ଏକାନ୍ତରେ ସାଧନା ଫଳଦାୟକ ହେବ। ଶାଶ୍ବତ ଶାନ୍ତିର ଓ ସୁଖର ସନ୍ଧାନ ପାଇବେ।

କର୍କଟ : ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ନିଜ ପ୍ରତି କଠୋର ଓ ଅନ୍ୟମାନଙ୍କ ପ୍ରତି କୋମଳ ମନୋଭାବର ହେବେ। ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନକୁ ଜନସେବାରେ ନିୟୋଜିତ କରି ଉତ୍ସର୍ଗୀକୃତ ହେବେ।

ସିଂହ : ଚେତନାର ଉଳପ୍ରଦୀପ ସ୍ବରୂପ ସେବା ଅନୁଷ୍ଠାନର ଭାଗ୍ୟାକାଶକୁ ଉଳମୟ କରିପାରନ୍ତି। ଜୀବନକାଳ ସମର୍ପିତ ହୋଇପାରେ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିବାରେ ବ୍ରତୀ ହୋଇପାରନ୍ତି।

କନ୍ୟା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ମିଳିଥିବା କ୍ଷମତାକୁ ଉପଭୋଗ୍ୟଭାବେ ନଭାବି, ତାକୁ ସାର୍ବଜନୀନ କରିପାରନ୍ତି। ଠାକୁରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ନିବେଦନ କରିପାରନ୍ତି।

ତୁଳା : ଉପୁଜିଥିବା ସମସ୍ୟାକୁ ଧୈର୍ଯ୍ୟର ସହ ସମାଧାନ କରିପାରିବେ। ପରିସ୍ଥିତି ଦୁଃଖ ଦେଇପାରେ; ମାତ୍ର ତାହା କ୍ଷଣିକ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

ବିଛା : ସେବା ପରାୟଣ ମନୋବୃତ୍ତିର ହେବେ। ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ନିଜେ ଦୁଃଖ ସହି ଅନ୍ୟକୁ ସୁଖ ବାଣ୍ଟିବାର ପ୍ରୟାସ ଫଳଦାୟକ ହୋଇପାରେ। ବ୍ୟବସାୟ ଲାଭଜନକ ହେବ।

ଧନୁ : କର୍ମ କୁଶଳତା ପାଇଁ ସୁଖ ସମ୍ମାନର ଅଧିକାରୀ ହେବେ। ଖର୍ଚ୍ଚ ସୀମିତ କରିବାରେ ପାରଙ୍ଗମ ହେବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ବୋଝରୁ ମୁକ୍ତ ହେବେ। ଆଦର୍ଶବାଦୀ ହେବେ।

ମକର : ଧନଜନ ଗୋପ ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହୋଇପାରନ୍ତି। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ ହୋଇପାରନ୍ତି। ଆଚରଣ ଶୁଦ୍ଧି ନ ହେଲେ ପ୍ରଚଳନ ମୂଲ୍ୟହୀନ ହୋଇପାରେ।

କୁମ୍ଭ : ଆତ୍ମବଳକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହେବେ। ପବିତ୍ରଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିପାରନ୍ତି। ଧୀ’ ଶକ୍ତି ସମ୍ପନ୍ନ ହେବେ। ପତ୍ନୀ ଅଧ୍ୟବସାୟ ଓ ଉଦ୍ୟମ ବଳରେ ବଳୀୟାନ ହେବେ।

ମୀନ :  ଆଜି ଦିନ ଭିତରେ ଆପଣଙ୍କ କାର୍ଯ୍ୟ ଅଲୌକିକ ଓ ଜନସାଧାରଣଙ୍କ କଲ୍ୟାଣମୂଳକ ହେବ। ଆତ୍ମସଂଯମୀ ହୋଇ ଇନ୍ଦ୍ରିୟମାନଙ୍କ ଲାଳସାକୁ ଆୟତ୍ତ କରିପାରନ୍ତି। ସତ୍ୟଧର୍ମ ପରାୟଣ ହେବେ। n

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories