www.samajalive.in
Tuesday, December 9, 2025
15.1 C
Bhubaneswar

‘ଖଳନାୟକ’ର ସିକ୍ୱେଲ୍‍ ପ୍ରସ୍ତୁତିରେ ସଞ୍ଜୟ : ମୁଖ୍ୟ ଚରିତ୍ରରେ ନଜର ଆସିବେ ଏହି ଅଭିନେତା!

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଖୁବଶୀଘ୍ର ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖଳନାୟକ’ର ସିକ୍ୱେଲ୍‍ ନିର୍ମାଣ କରିବାକୁ ଯାଉଛନ୍ତି। ୧୯୯୩ ମସିହାରେ ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ରର ସିକ୍ୱେଲରେ ନାୟକ ଭୂମିକା ପାଇଁ ଟାଇଗର୍‍ ଶ୍ରଫଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି। ନିକଟରେ ଲଞ୍ଚ୍‍ କରିଥିବା ନିଜର ନୂଆ ପ୍ରଡକ୍ସନ ହାଉସ ‘ସଞ୍ଜୟ ଏସ୍‍ ଦତ୍ତ ପ୍ରଡକ୍ସନ୍‍ସ’ ଅଧୀନରେ ସଞ୍ଜୟ ଏହି ଚଳଚ୍ଚିତ୍ରଟି ନିର୍ମାଣ କରିବେ। ତାଙ୍କର ଏହି ପ୍ରଡକ୍ସନ ହାଉସର ପ୍ରଥମ ଚଳଚ୍ଚିତ୍ର ହେଉଛି ‘ପ୍ରସ୍ଥାନମ୍‍’।

- Advertisement -

‘ଖଳନାୟକ’ର ନିର୍ଦ୍ଦେଶନା ବଲିଉଡ଼ର ପ୍ରସିଦ୍ଧ ନିର୍ଦ୍ଦେଶକ ସୁଭାଷ ଘଇ ଦେଇଥିଲେ। ତେଣୁ ଏହାର ସିକ୍ୱେଲ ନିର୍ମାଣ କରିବା ପାଇଁ ସଞ୍ଜୟଙ୍କୁ ତାଙ୍କ ଠାରୁ ଚଳଚ୍ଚିତ୍ରର ରାଇଟ୍‍ସ ନେବାକୁ ପଡ଼ିବ। ସଞ୍ଜୟ ଏନେଇ ସୁଭାଷଙ୍କ ସହ ଆଲୋଚନା କରିଥିବା ମଧ୍ୟ ଜଣାପଡ଼ିଛି। ସୂଚନାଯୋଗ୍ୟ, ‘ଖଳନାୟକ’ରେ ସଞ୍ଜୟ ଦତ୍ତଙ୍କ ସହ ମାଧୁରୀ ଦୀକ୍ଷିତ୍‍ ଓ ଜ୍ୟାକି ଶ୍ରଫ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories