www.samajalive.in
Sunday, December 7, 2025
26.1 C
Bhubaneswar

ଲାଲ୍‌କିଲାରେ ଖଲିସ୍ତାନ ପତାକା ଉଡ଼ାଇବାକୁ ଷଡ଼ଯନ୍ତ୍ର, ଗୁଇନ୍ଦା ସୂଚନା ପରେ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ସ୍ବାଧୀନତା ଦିବସ ଲାଗି ଦିଲ୍ଲୀର ଲାଲକିଲାରେ ତ୍ରିରଙ୍ଗା ଉତ୍ତୋଳନ କରାଯିବ। ତେବେ ଏହି ସମୟରେ ଲାଲକିଲାରେ ଖଲିସ୍ତାନ ପତାକା ଉଡ଼ାଇବାକୁ ଷଡ଼ଯନ୍ତ୍ର ହୋଇଛି। ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଲାଲକିଲାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଅଗଷ୍ଟ ୧୪, ୧୫ ଏବଂ ୧୬ ତାରିଖରେ ଯେଉଁ ସିଖ୍‌ ବ୍ୟକ୍ତି ଲାଲ୍‌କିଲାରେ ଖଲିସ୍ତାନ ପତାକା ଉଡ଼ାଇବେ ତାଙ୍କୁ ୧ ଲକ୍ଷ ୨୫ ହଜାର ଡଲାର ଦେବାକୁ ଆମେରିକାରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସିଖ୍‌ ଫର୍‌ ଜଷ୍ଟିସର ଗୁରୁପତୱନ୍ତ ସିଂହ ପନ୍ନୁ ଘୋଷଣା କରିଛି।

ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସିଖ୍‌ ଫର ଜଷ୍ଟିସର ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ଏକ ଭିଡିଓ ଜାରି କରି ଏହି ଘୋଷଣା କରିଛନ୍ତି। ନିକଟରେ ଭାରତ ସରକାର ଗୁରୁପତୱନ୍ତ ସିଂହ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରିଥିଲେ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ମିଶି ଗୁରୁପତୱନ୍ତ ଭାରତ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛି।

- Advertisement -

ଏହି ଭିଡିଓ ମିଳିବା ପରେ ସୁରକ୍ଷା ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି। ଗୁରୁପତୱନ୍ତ ଆଇଏସଆଇ ସହିତ ମିଶି ଭାରତରେ ରେଫରେଣ୍ଡମ ୨୦୨୦ ପାଇଁ ଷଡ଼ଯନ୍ତ୍ର ରଚୁଛି। ଏଥିଲାଗି ପନ୍ନୁଠାରୁ ଦିଲ୍ଲୀ, ପଞ୍ଜାବ, ହରିୟାଣାର ଲୋକଙ୍କୁ ସ୍ବୟଂଚାଳିତ ଫୋନ୍‌ କଲ୍‌ ଆସୁଛି। ଏନଆଇଏ ଏହାର ତଦନ୍ତ କରୁଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories