www.samajalive.in
Monday, December 15, 2025
14.1 C
Bhubaneswar

ଲାଲ କିଲ୍ଲାରେ ପିଏମ ମୋଦୀଙ୍କ ସୁରକ୍ଷାରେ ଥିଲା ଏହି ଆଣ୍ଟି ଡ୍ରୋନ ସିଷ୍ଟମ, ଜାଣନ୍ତୁ ଏହାର କ୍ଷମତା ବିଷୟରେ….

ନୂଆଦିଲ୍ଲୀ : ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଣ୍ଟି ଡ୍ରୋନ୍ ସିଷ୍ଟମ ନିୟୋଜିତ କରାଯାଇଥିଲା। ଯାହାକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ନିର୍ମାଣ କରାଯାଇଥିଲଶ। ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ ଡ୍ରୋନ୍ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିବ। ଏହା ସହ ଛୋଟ ଡ୍ରୋନଗୁଡିକ ୩ କିମି ବ୍ୟବଧାନରେ ଆସିବାକୁ ରୋକିଥାଏ।

ଆଣ୍ଟି-ଡ୍ରୋନ୍ ସିଷ୍ଟମରେ ଏକ ରୁ ଅଢେଇ କିମି ମଧ୍ୟରେ ଉଡୁଥିବା ଡ୍ରୋନକୁ ଲେଜର ସାହାଯ୍ୟରେ ଖସାଇବାର ସକ୍ଷମ ରହିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପାଇଁ ଏହା ଏକ ପ୍ରମୁଖ ସଫଳତା। ଏହି ଡ୍ରୋନ୍ ଜାମିଙ୍ଗ କମାଣ୍ଡ ମାଧ୍ୟମରେ ମାଇକ୍ରୋ ଡ୍ରୋନକୁ ତଳକୁ ଖସାଇପାରେ କିମ୍ବା ଲେଜର-ଗାଇଡ୍ ଶକ୍ତି ୱାରହେଡ୍ ମାଧ୍ୟମରେ ଡ୍ରୋନର ଇଲେକ୍ଟ୍ରୋନିକ୍ସ ଉପକରଣକୁ ନଷ୍ଟ କରିପାରେ। ଆଣ୍ଟି-ଡ୍ରୋନ୍ ସିଷ୍ଟମଗୁଡିକ ୩ କିମି ପର୍ଯ୍ୟନ୍ତ ମାଇକ୍ରୋ ଡ୍ରୋନ୍ ଚିହ୍ନଟ କରିପାରିବ।

- Advertisement -

ସୂଚନାଯୋଗ୍ୟ, ଆଜି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାରୁ ପତାକା ଉତ୍ତୋଳନ କରିବା ପରେ ଦେଶକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବାବେଳେ କରୋନା ମହାମାରୀ, ଲଦାଖରେ ଚୀନ୍ ସହ ବିବାଦ, ଆତ୍ମନିର୍ଭରଶୀଳ ଭାରତ, ଜାତୀୟ ଶିକ୍ଷା ନୀତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories