ହରଭଙ୍ଗା :ହରଭଙ୍ଗା ବ୍ଲକ ସଭାଗୃହ ପ୍ରାଙ୍ଗଣରେ ହରଭଙ୍ଗା ବି. ଡି. ଓ ଶରତ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରାଥମିକ ସ୍କୁଲ ଠାରୁ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। କୃତୀ ପ୍ରତିଯୋଗୀଙ୍କୁ ସ୍ୱାଧୀନତା ଦିବସ ଦିନ ପୁରସ୍କୃତ କରାଯିବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି। ପ୍ୟାରେଡ ସହିତ ଅନ୍ୟାନ୍ୟ ଦିଗ ଉପରେ ପଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଡିଓ ,ହରଭଙ୍ଗା ତହସିଲଦାର ବିଭୁ ପ୍ରସାଦ ସିଂ, ପୁରୁଣାକଟକ ଆଇଆଇସି ଶାରଦା ପ୍ରସନ୍ନ ଦାଶ , ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ, କଲେଜ ଅଧ୍ୟକ୍ଷ ପ୍ରମୁଖ ଯୋଗଦାନ କରିଥିଲେ।
Popular Categories



