www.samajalive.in
Saturday, December 6, 2025
26.1 C
Bhubaneswar

‘ସମାଜ’ ପ୍ରଭାବ: ଓସ୍ତିଆ ବାଲିଘାଟ ବାହାରେ ଗଦା ହୋଇଥିବା ଜବତ ବାଲି ନିଲାମ ହେବ

କଳାପଥର(ବାଙ୍କୀ): ବାଙ୍କୀ ତହସିଲ ଅନ୍ତର୍ଗତ ଓସ୍ତିଆ ବାଲିଘାଟ ନିଲାମ ଦିଆଯାଇଛି। ତେବେ ନିଲାମମଧାରୀ ଏଠାରୁ ବାଲି ନ ଉଠାଇ ସୁବର୍ଣ୍ଣପୁରଠାରେ ମହାନଦୀ ବନ୍ଧ ପାର୍ଶ୍ୱରୁ ବାଲି ଉଠାଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁ ବାର ଅଭିଯୋଗ ହୋଇଥିଲା। ଖଣି କି ରାଜସ୍ୱ ବିଭାଗ କେହି ପଦକ୍ଷେପ ନେଇ ନଥିଲେ। ସମ୍ପୃକ୍ତ ଲିଜ୍‌ଧାରୀ ପ୍ରାୟ ୧୫୦୦ ବାଲିଟ୍ରିପ ବେଆଇନ ଭାବେ ଉତ୍ତୋଳନ କରି ଅନ୍ୟତ୍ର ପଡିଆରେ ମହଜୁଦ ରଖିଥିଲେ। ଏ ସମ୍ପର୍କରେ ଓସ୍ତିଆ ଗ୍ରାମବାସୀ ଜିଲାପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କରିଥିଲେ। ଏଥିନେଇ ଗତ ୧୯/୭/୨୪ରିଖ ‘ସମାଜ’ରେ ‘ତହସିଲଦାର ଓ ଖଣି ବିଭାଗ କଟକଣା ମାନୁନି ଓସ୍ତିଆ ବାଲିଘାଟ’ ଶୀର୍ଷକ ଖବର ପ୍ରକାଶ ପରେ କଟକ ଅତିରିକ୍ତ ଜିଲାପାଳ(ରାଜସ୍ୱ ବିଭାଗ) ଉମାକାନ୍ତ ରାଜ ତୁରନ୍ତ ବେଆଇନ ଭାବେ ବାଲି ମହଜୁଦ ରଖିଥିବା ବାଲିକୁ ଜବତ କରି ସର୍ବ ସାଧାରଣରେ ନିଲାମ କରିବାକୁ ନିର୍ଦେଶ ଦେଇଥିଲେ। ନିର୍ଦେଶ ଅନୁଯାୟୀ ରାଜସ୍ୱ ନିରୀକ୍ଷକ, ସୁପରଭାଇଜର ଓ କର୍ମଚାରୀମାନେ ପଡିଆରେ ଗଦା ହୋଇଥିବା ବାଲିକୁ ଜବତ କରି ବାଙ୍କୀ ତହସିଲଦାର ଅଶେଷ କୁମାର ନାୟକ ସୂଚନା ଦେଇଛନ୍ତି। ତେବେ ସେଠାରେ ବେଆଇନ ଭାବେ ବାଲି ଉତୋଳନରେ ନିୟୋଜିତ ଥିବା ମେସିନକୁ ଜବତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories