www.samajalive.in
Saturday, December 6, 2025
16.1 C
Bhubaneswar

ବଢ଼ିବ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ; ଲାଲକିଲ୍ଲା ଉପରୁ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲ: ଆଗାମୀ ଦିନରେ ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ସୀମା ବୃଦ୍ଧି କରାଯାଇପାରେ । ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ ଅବସର​‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସଙ୍କେତ ଦେଇଛନ୍ତି । ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ସୀମା ନିର୍ଧାରଣ ନିମନ୍ତେ ଏକ କମିଟି ଗଠନ ହୋଇଛି । କମିଟିର ପ୍ରସ୍ତାବ ଅନୁସାରେ ସରକାର ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଭାରତରେ ଏବେ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ରହିଛି, ଏହାକୁ ୨୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ଚର୍ଚା ହେଉଛି ।

୧୯୭୮ ମସିହାରେ ଭାରତରେ ଝିଅମାନଙ୍କ ବିବାହ ବୟସ ସର୍ବନିମ୍ନ ୧୮ ବର୍ଷ ଧାର୍ଯ୍ୟ ହୋଇଥିଲା । ୧୯୭୮ ଜୁନ​‌ରେ ଗଠିତ ଏକ କମିଟି ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ହୋଇଥିଲା । ମାତୃତ୍ଵ ମୃତ୍ୟୁହାର ହ୍ରାସ ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଥିଲା । ଗତ ବଜେଟ୍ ଅଭିଭାଷଣ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଝିଅମାନଙ୍କର ମା’ ହେବାର ବୟସ ନିର୍ଧାରଣ ନିମନ୍ତେ ପରାମର୍ଶ ଦେବାକୁ ଏକ ଟାସ୍କ ଫୋର୍ସ ଗଠନ ହୋଇଥିବା କହିଥିଲେ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories