www.samajalive.in
Monday, December 15, 2025
14.1 C
Bhubaneswar

ସ୍ବର୍ଗତ ସୁଶାନ୍ତଙ୍କୁ କାଲିଫର୍ଣିଆ ଷ୍ଟେଟ ଆସେମ୍ଲି ସମ୍ମାନ; ଭଉଣୀ ଶ୍ଵେତା ସିଂହ କିର୍ତୀ ଗ୍ରହଣ କଲେ ମାନପତ୍ର

ମୁମ୍ବାଇ: ଆଜି ସାରା ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଛି । ଅନ୍ୟପକ୍ଷରେ ସୋସିଆଲ ମିଡ଼ିଆ ଓ ଜାତୀୟ ଗଣମାଧ୍ୟମରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିମନ୍ତେ ସାମୁହିକ ପ୍ରାର୍ଥନା (ଗ୍ଲୋବାଲ ପ୍ରେୟାର) କରାଯାଉଛି ।  କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ସୁଶାନ୍ତଙ୍କର ବହୁ ପ୍ରଶଂସକ ଅଛନ୍ତି । ସେମାନେ ଏଥିରେ ସାମିଲ ହୋଇଛନ୍ତି । ଯେଉଁ ବିଦେଶୀ ଲୋକମାନେ ସୁଶାନ୍ତଙ୍କୁ ଜାଣି ନାହାନ୍ତି ସେମାନେ ଇଣ୍ଟରନେଟରୁ ସୁଶାନ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି, ତାଙ୍କ ମୃତ୍ୟୁର କାରଣ ଜାଣିବାକୁ ଚାହୁଁଛନ୍ତି । ଏହିସବୁ ଭିତରେ କାଲିଫର୍ଣିଆ ଷ୍ଟେଟ ଆସେମ୍ଲି ସୁଶାନ୍ତ ସିଂହ ରାଜପୁତଙ୍କୁ ସମ୍ମାନିତ କରିଛି । ସୁଶାନ୍ତଙ୍କୁ ଦିଆଯାଇଥିବା ଏହି ସମ୍ମାନ ତାଙ୍କ ଭଉଣୀ ଶ୍ଵେତାସିଂହ କିର୍ତୀ ଗ୍ରହଣ କରିଛନ୍ତି ।
ସିନେମା ଓ ସମାଜରେ ତାଙ୍କର ଯୋଗଦାନ ନିମନ୍ତେ ସୁଶାନ୍ତ ସିଂହ ରାଜପୁତଙ୍କୁ କାଲିଫର୍ଣିଆ ଷ୍ଟେଟ ଆସେମ୍ଲି ସମ୍ମାନିତ କରିଥିବା ସୂଚନା ଦିଆଯାଇଛି । ଭଉଣୀ ଶ୍ଵେତା ଏ ସମ୍ପର୍କରେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରିଛନ୍ତି । ଭାରତର ସ୍ବାଧୀନତା ଦିବସରେ କାଲିଫର୍ଣିଆରେ ମୋର ଭାଇଙ୍କୁ ସମ୍ମାନିତ କରାଯାଇଛି ବୋଲି ଉଲ୍ଲେଖ କରି କାଲିଫର୍ଣିଆ ଆମ ସହ ଠିଆ ହୋଇଛି ବୋଲି କହିଛନ୍ତି । ଏଥିପାଇଁ କାଲିଫର୍ଣିଆକୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories