www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ସଂକ୍ରମଣରେ ରେକର୍ଡ଼: ୨୪ ଘଣ୍ଟାରେ ୨୪୯୬ ପଜିଟିଭ୍, ୯ ଜିଲାରେ ୧୦୦ରୁ ଅଧିକ

କ୍ରମାଗତ ୩ୟ ଦିନ ବି ଖୋର୍ଧା ଶୀର୍ଷରେ, ୨୪ ଘଣ୍ଟାରେ ୩୭୮

ଗଞ୍ଜାମରେ ୩୨୭, ସୁନ୍ଦରଗଡ଼ରେ ୨୫୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ସ୍ବାଧୀନତା ଦିବସରେ ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ୨୪୯୬ ନୂଆ ଆକ୍ରାନ୍ତ ବାହାରିଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୫୭୧୨୬ରେ ପହଞ୍ଚିଛି। ରବିବାର ୯ ଜିଲାରୁ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି। ଲଗାତାର ତିନିଦିନ ଧରି ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ବାହାରୁଛନ୍ତି। ଆଜି ଏହି ଜିଲାରୁ ୩୭୮ ଆକ୍ରାନ୍ତ ଠାବ ହେଇଛନ୍ତି। ଗଂଜାମକୁ ପଛରେ ପକାଇ ଖୋର୍ଦ୍ଧା କରୋନା ହଟସ୍ପଟ ହେଉଛି।
ଆଜି ଗଂଜାମରୁ ୩୨୭, ସୁନ୍ଦରଗଡରୁ ୨୫୬ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୨, ବାଲେଶ୍ୱର ଜିଲ୍ଲାରୁ ୧୬୫, ବରଗଡ଼ ଜିଲ୍ଲାରୁ ୩୬, ଭଦ୍ରକ ଜିଲ୍ଲାରୁ ୧୦୨, ବଲାଙ୍ଗୀର ଜିଲ୍ଲାରୁ ୯୨, ବୌଦ୍ଧ ଜିଲ୍ଲାରୁ ୧୧୫, କଟକ ଜିଲ୍ଲାରୁ ୧୨୮, ଢେଙ୍କାନାଳ ଜିଲ୍ଲାରୁ ୬୯, ଗଜପତି ଜିଲ୍ଲାରୁ ୬୮, ଜଗତସିଂହପୁର ଜିଲ୍ଲାରୁ ୧୪, ଯାଜପୁର ଜିଲ୍ଲାରୁ ୧୧, ଝାରସୁଗୁଡ଼ା ଜିଲ୍ଲାରୁ ୧୯, କଳାହାଣ୍ଡି ଜିଲ୍ଲାରୁ ୪୨, କନ୍ଧମାଳ ଜିଲ୍ଲାରୁ ୯୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩, କେନ୍ଦୁଝର ଜିଲ୍ଲାରୁ ୫୧, କୋରାପୁଟରୁ ୧୩୩, ମାଲକାନଗିରି ଜିଲ୍ଲାରୁ ୭୩, ମୟୁରଭଞ୍ଜ ଜିଲ୍ଲାରୁ ୨୩, ନବରଙ୍ଗପୁର ଜିଲ୍ଲାରୁ ୧୧, ନୟାଗଡ଼ ଜିଲ୍ଲାରୁ ୪, ନୂଆପଡ଼ା ଜିଲ୍ଲାରୁ ୧୬, ପୁରୀ ଜିଲ୍ଲାରୁ ୯୩, ରାୟଗଡ଼ା ଜିଲ୍ଲାରୁ ୧୪୬, ସମ୍ବଲପୁର ଜିଲ୍ଲାରୁ ୮୧, ସୋନପୁର ଜିଲ୍ଲାରୁ ୨୦ଜଣ ରହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories