www.samajalive.in
Saturday, December 6, 2025
14.1 C
Bhubaneswar

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ । ଡ଼ାକ୍ତରଖାନା ପକ୍ଷରୁ ଦିଆଯାଇଛି ଏହି ସୂଚନା । ସେନା ହସପିଟାଲ ପକ୍ଷରୁ ଅଗଷ୍ଟ ୧୫ ତାରିଖ ଅପରାହ୍ନରେ  ଜାରି ଏକ ମେଡ଼ିକାଲ ବୁଲେଟିନରେ କୁହାଯାଇଛି ।  ପୂର୍ବ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ପୂର୍ବରୁ ଯେମିତି ଥିଲା, ସେମିତି ରହିଛି । ତାଙ୍କୁ ଜୀବନରକ୍ଷା ପ୍ରଣାଳୀ ମଧ୍ୟରେ ରଖାଯାଇଛି । ତାଙ୍କର ଅତ୍ୟନ୍ତ ଜରୁରୀ ଓ କ୍ଲିନିକାଲ ପାରାମିଟର ସ୍ଥିର ରହିଛି । ବିଶେଷଜ୍ଞ ଡ଼ାକ୍ତରଙ୍କ ଏକ ଦଳ ତାଙ୍କୁ ଅନୁଧ୍ୟାନ କରୁଛନ୍ତି । ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ ଗତ ୧୦ ତାରିଖରେ ସେନାବାହିନୀର ରିସର୍ଚ ଓ ରେଫରାଲ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ଡ଼ାକ୍ତରଙ୍କ ସୂଚନା ଅନୁସାରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା, ତାହାର ଅପରେସନ କରାଯାଇଛି । ସେହିପରି ତାଙ୍କର କୋବିଡ଼ ପରୀକ୍ଷା ହୋଇଥିଲା ସେ ପଜିଟିଭ୍ ଥିବା ଜଣାପଡ଼ିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories