www.samajalive.in
Monday, December 8, 2025
14.1 C
Bhubaneswar

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଏକାଧିକ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି। ବିଶ୍ବବିଦ୍ୟାଳୟର ଆର୍‌କେ ହଷ୍ଟେଲରେ ରହୁଥିବା ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢୁଥିବା ଏକାଧିକ ଛାତ୍ରଙ୍କୁ ବରିଷ୍ଠ ଛାତ୍ରମାନେ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ରାଗିଂର ଶିକାର ହୋଇଥିବା ଛାତ୍ରମାନେ ପ୍ରଥମେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଜଣାଇବା ପରେ ଆଜି ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲକୁ ଇ-ମେଲ ଯୋଗ ଅବଗତ କରିଛନ୍ତି। ଏହି ଅଭିଯୋଗ ପରେ ଆଜି ବିଶ୍ବବିଦ୍ୟାଳୟ ଆଣ୍ଟି Ñଗିଂ କମିଟି ବୈଠକ ବସି ଘଟଣାର ତଦନ୍ତ କରାଯାଇଛି।

ସୂଚନାପ୍ରକାରେ, ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ଆର୍‌କେ ହଷ୍ଟେଲରେ ଯୁକ୍ତ ୩ ଦ୍ବିତୀୟ ଏବଂ ତୃତୀୟ ବର୍ଷର ଛାତ୍ର ରହୁଛନ୍ତି। ଅନେକ ଦିନ ହେବ ତୃତୀୟ ବର୍ଷର ଛାତ୍ରମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ରାତି ଅଧରେ ରୁମ ଭିତରୁ କବାଟ ବାଢେଇ ଡାକିବା ସହ ନଶୁଣିଲେ ଆଣ୍ଠେଇ ରହିବାକୁ ବାଧ୍ୟ କରୁଥିଲେ। ତେବେ ବରିଷ୍ଠଙ୍କ କଥା ଶୁଣି କନିଷ୍ଠମାନେ ଚୁପଚାପ ରହି ଆସୁଥିଲେ। ହେଲେ ଦିନକୁ ଦିନ ନିର୍ଯାତନା ଅସହ୍ୟ ହେବାରୁ ଗତକାଲି ରାଗିଂର ଶିକାର ହୋଇଥିବା କିଛି ଜୁନିୟର ଛାତ୍ର ହଷ୍ଟେଲ ଅଧୀକ୍ଷକ ଏବଂ ୱାର୍ଡେନଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହିକ୍ରମରେ ଗତକାଲି ବିଳମ୍ବିତ ରାତିରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲକୁ ଯାଇ ଯାଞ୍ଚ କରିଥିଲେ।ଏହି ସମୟରେ ଜୁନିୟର ଛାତ୍ରମାନେ ସିନିୟରଙ୍କ ଭୟରେ କବାଟ ଖୋଲିନଥିଲେ। ପରେ ଟାଉନ ଥାନା ପୁଲିସକୁ ହଷ୍ଟେଲକୁ ଡକାଯାଇଥିଲା। ପୁଲିସ ପହଞ୍ଚିବା ପରେ ଛାତ୍ରମାନେ ବାହାରକୁ ଆସିଥିଲେ।

- Advertisement -

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପୁଲିସ ଜୁନିୟର ଛାତ୍ରଙ୍କୁ ଭୟଭୀତ ନହେବାକୁ ଆଶ୍ବାସନା ଦେଇଥିଲେ। ଏହାକୁ ନେଇ ଆଜି ବିଶ୍ବବିଦ୍ୟାଳୟରେ ଆଣ୍ଟି Ñଗିଂ କମିଟି ବୈଠକ ବସି ରାଗିଂ କରିଥିବା ସିନିୟର ଛାତ୍ରଙ୍କୁ ଚିହ୍ନଟ କରିବାକୁ ଯୋଜନା ହୋଇଥିଲା। ଏହା ଭିତରେ ଦିଲ୍ଲୀ ଆଣ୍ଟି ରାଗିଂ ସେଲରୁ ଅଭିଯୋଗପତ୍ରଟି ବିଶ୍ବବିଦ୍ୟାଳୟକୁ ଆସିଥିଲା। ଫଳରେ ବୁଧବାର ପୁଣି ଆଣ୍ଟି ରାଗିଂ କମିଟି ବୈଠକ ବସିବ ବୋଲି ସୂଚନା ମିଳିଛି।ତେବେ ରାଗିଂ ଯୋଗୁ ବହୁ ଛାତ୍ର ଏବେ ମଧ୍ୟ ଭୟଭୀତ ହୋଇ ହଷ୍ଟେଲରେ ରହିଥିବା ଶୁଣିବାକୁ ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories