ଖଇରା : ମଦ ନିଶାରେ ବିଭତ୍ସ ଭାବେ କଟୁରିରେ ହାଣି ବାପାକୁ ହତ୍ୟା କଲା ପୁଅ। ଅଭିଯୁକ୍ତ ପୁଅର ଗୋଡ଼ ହାତକୁ ବାନ୍ଧି ପୁଲିସକୁ ଗ୍ରାମବାସୀ ଖବର ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମରେ। ପାଇକପଡା ଗ୍ରାମରେ ମଦ ନିଶାରେ ବାପର ଜୀବନ ନେଇଛି ପୁଅ ।
ଗତ କାଲି ରାତିରେ ଏହି ଗ୍ରାମର ୩୮ ବର୍ଷୀୟ ଶ୍ରୀକାନ୍ତ ନାୟକ ତାଙ୍କ ବାପା ୬୧ ବର୍ଷୀୟ ଅନାମ ନାୟକ ଙ୍କୁ କଟୁରିରେ ବିଭତ୍ସ ଭାବେ ହାଣି ହତ୍ୟା କରିଛି । ଆଜି ସକାଳେ ଗ୍ରାମବାସୀ ମାନେ ଦେଖି ଅଭିଯୁକ୍ତ ଶ୍ରୀକାନ୍ତର ଗୋଡ଼ ହାତ ବାନ୍ଧି ପକାଇ ଦେଇ ପୁଲିସକୁ ଖବର ଦେଇଛନ୍ତି।
ମଦ ନିଶାରେ କଟୁରିରେ ହାଣି ବାପାକୁ ହତ୍ୟା କଲା ପୁଅ
Popular Categories



