ନଦୀରେ ଭାସି ୨ କାଉଡିଆ ନିଖୋଜ
ଖଇରା : ନଦୀରେ ଭାସି ଗଲେ ଦୁଇ କାଉଡ଼ିଆ। ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକରେ ଘଟିଛି। ଖଇରା ବ୍ଲକ ବରଦା ନିକଟସ୍ଥ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ତଳେ ସାଳିନ୍ଦୀ ନଦୀରେ ଭାସି ଗଲେ ୨ଜଣ କାଉଡ଼ିଆ। ନିଖୋଜ ଥିବା ଦୁଇ ଜଣ ସାନ ଜୟୀପୁର ଗ୍ରାମର ବୋଲି ସୂଚନା ମିଳିଛି ।ଖବର ପାଇ ଆଗରପଡା ଓ ଅଡା ଦମକଳଵାହିନୀ ଖୋଜିଖୋଜି ଜାରି ରଖିଛନ୍ତି ।
Comments are closed.