www.samajalive.in
Monday, December 15, 2025
17.1 C
Bhubaneswar

କଂଗ୍ରେସ ବିଜୟର ସୂତ୍ରଧର

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପାଇଁ ଦଳର ପ୍ରଦେଶ ସଭାପତି ଡି.କେ ଶିବକୁମାରଙ୍କୁ ସମସ୍ତ ଶ୍ରେୟ ଦିଆଯାଉଛି। ତାଙ୍କର ସାଂଗଠନିକ ଦକ୍ଷତା ଓ ନିଷ୍ଠା ଯୋଗୁଁ ଦଳ ୪ମତାକୁ ଫେରିଥିବା କୁହାଯାଉଛି। ତେବେ ଏହି ବିଜୟ ପାଇଁ ପରଦା ପଛରେ ଥିବା ଜଣେ ସାଦାସିଧା ରଣନୀତିକାରଙ୍କୁ ନେଇ ଏବେ ଚର୍ଚ୍ଚା। ସେ ହେଉଛନ୍ତି ୪୦ବର୍ଷୀୟ ସୁନିଲ କାନୁଗୋଲୁ। ଏକଦା ବିଜେପି ପାଇଁ କାମ କରୁଥିବା ସୁନିଲ ଗତ ବର୍ଷ କଂଗ୍ରେସ ପଟକୁ ଢ଼ଳିଥିଲେ। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ତାଙ୍କୁ ଦଳ ସପକ୍ଷରେ ରଖିବା ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ସମ୍ପୂର୍ଣ୍ଣ ନିରବତାର ସହ ସେ ପରଦା ପଛରେ ରହି ବିଜୟର ଖସଡ଼ା ପ୍ରସ୍ତୁତ କରୁଥିଲେ। ଦୁଇ ମାସ ପୂର୍ବେ ପ୍ରଥମେ ସେ ସାମ୍ନାକୁ ଆସିଥିଲେ; ଯେତେବେଳେ ଟିକଟ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା। କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂ​‌େ​‌ର୍ଯ୍ୟୱାଲା ଓ ଶିବକୁମାରଙ୍କ ସେ ଯୋଜନା ପ୍ରସ୍ତୁତ କରୁଥିବା ଏବଂ ପ୍ରତ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବା ଲକ୍ଷ୍ୟ କରାଯାଇଥିଲା। ସୂଚନାନୁଯାୟୀ, ରାହୁଲଙ୍କ ‘ଭାରତ ଯୋଡ଼’ ଯାତ୍ରା ପଛରେ ବି ତାଙ୍କର ପ୍ରମୁଖ ଭୂମିକା ରହିଥିଲା। କେବଳ ସେତିକି ନୁହେଁ; କର୍ଣ୍ଣାଟକ କଂଗ୍ରେସର ଦୁଇ ପ୍ରମୁଖ ନେତା ସିଦ୍ଧରାମୟା ଓ ଶିବକୁମାରଙ୍କ ମଧ୍ୟରେ ରହିଥିବା ମତାନ୍ତର ହଟାଇ ଦୁହିଁଙ୍କୁ ଏକାଠି କରିବାରେ ସେ ସଫଳ ହୋଇଥିଲେ। ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ସେ ଦୈନିକ ୨୦ଘଣ୍ଟା କାମ କରୁଥିଲେ। ବରେଲିରେ ଜନ୍ମିତ ସୁନିଲଙ୍କ କ୍ୟାରିୟର ଚେନ୍ନଇରେ ଗଢ଼ାହୋଇଛି। ପରେ ସେ ଆମେରିକାରେ ଉଚ୍ଚଶିକ୍ଷା ଗ୍ରହଣ ସହ ବିଶ୍ବସ୍ତରୀୟ କନ୍‌ସଲ୍‌ଟାନ୍ସି ସଂସ୍ଥା ‘ମ୍ୟାକ୍‌କିନ୍‌ସେ’ରେ କାମ କରିଛନ୍ତି। ଭାରତକୁ ଫେରିବା ପରେ ରାଜନୈତିକ ରଣନୀତିକାର ଭାବେ ୨୦୧୪ରୁ କାମ ଆରମ୍ଭ କରିଥିଲେ। ସେତେବେଳେ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ପରିଚାଳନା ଦଳରେ ମଧ୍ୟ ସେ ପ୍ରଶାନ୍ତ କିଶୋରଙ୍କ ସହ ଥିଲେ। ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସେ ବିଜେପିର ରଣନୀତି ପ୍ରସ୍ତୁତ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ଡିଏମ୍‌କେ ପାଇଁ କାମ କରି ସଫଳତା ଦେଇଥିଲେ। ଅତ୍ୟନ୍ତ ସରଳ ଜୀବନଯାପନ କରୁଥିବା ସୁନିଲ ନିଜର ସାଧୁତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ପରିଚିତ। ଆଗକୁ ସେ ଛତିଶଗଡ଼, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ କାମ କରିବେ ବୋଲି ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories