www.samajalive.in
Tuesday, December 9, 2025
15.1 C
Bhubaneswar

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ ୫ଜଣ ଙ୍କୁ ମୃତ୍ୟୁଦଣ୍ଡାଦେଶ

କେଶଦୂରାପାଳ : ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ ୫ ଜଣ ହତ୍ୟାକାରୀକୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲା ଓ ଦୌରାଜଜ୍ କୋର୍ଟ। ଏଥିସହ ହତ୍ୟାକାଣ୍ଡ ରେ ମୋଟ ୫୩ ଜଣ ସାକ୍ଷି ଓ ପ୍ରମାଣ ଆଧାରରେ କୋର୍ଟ ଏହି ମାମଲାର ରାୟ ଶୁଣାଇଛନ୍ତି

ସୂଚନାରୁ ପ୍ରକାଶ ଘସିପୁରା ଥାନା ଅନ୍ତର୍ଗତ ଧକୋଠା ଗ୍ରାମ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାକୁ ଘରୁ ଡାକିଆଣି ଘର ନିକଟରେ ପରିବାର ଲୋକଙ୍କ ସମ୍ମୁଖରେ ଅତି ନୃଶଂସ ଭାବରେ ସଂଘବଦ୍ଧ ହୋଇ ବଡ଼ ଏକତାଳି ଗାଁର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ଦୃଷ୍ଟି, ଦୋଳ ବୋଇତେଇ ଓ ଜଣେ ନାବାଳକ ମିଳିତ ଭାବେ ହାଣି ହତ୍ୟା କରିଥିଲେ। ଏହି କଟା ହାତ ପାପୁଲି କୁ ଧରୀ ଗାଁରେ ବୁଲାଇ ଥିଲେ।

- Advertisement -

ଏହି ଘଟଣାରେ ରାମ ବେହେରାଙ୍କ ଝିଅ ମିନତୀ ବେହେରା ଘଷିପୁରା ଥାନାରେ ଏତଲା ଦେଇଥିଲେ ଏହାକୁ ଆଧାର କରି ତତ୍କାଳୀନ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଜୟନାରାୟଣ ପଙ୍କଜଙ୍କ ନିର୍ଦେଶ କ୍ରମେ ଘସିପୁରା ଥାନା ଅଧିକାରୀ ମନୋରଞ୍ଜନ ବିସି ବଡ଼ଏକତାଳି ଗାଁର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ଦୃଷ୍ଟି, ଦୋଳ ବୋଇତେଇ ଓ ଜଣେ ନାବାଳକକୁ ଘସିପୁରା ଥାନା ପୋଲିସ କେଶ ନଂ ୫୧ /୨୦୧୯ରେ ଗୀରଫ କରି କୋର୍ଟ ଚାଲାଣ କରିଥିଲା।

ଉକ୍ତ ଘଟଣାରେ ୫୩ ଜଣ ସାକ୍ଷ୍ୟ ପ୍ରମାଣ ଓ ବିଭିନ୍ନ ତଥ୍ୟ କୁ ଆଧାରକରି ଏହି ହତ୍ୟା ମାମଲାରେ ବଡ଼ଏକତାଳି ଗାଁର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି,, ଅଲେଖ ପୃଷ୍ଟି, ଅରୁଣ ଦୃଷ୍ଟି, ଦୋଳ ବୋଇତେଇ ୫ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ସଜା ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଦୌରାଜଜ କୋର୍ଟ । ୨୦୧୯ ନିର୍ବାଚନ ପୂର୍ବରୁ ଏପରି ଜଘନ୍ୟା ହତ୍ୟାକାଣ୍ଡ ଘଟିଥିଲା ଏତିମଧ୍ୟରେ ୫ ବର୍ଷ ପୂରିବାକୁ ବସିଥିବା ବେଳେ ପ୍ରକୃତ ଦୋଶୀଙ୍କୁ ଦଣ୍ଡ ମିଳିଥିବା ନେଇ ରାମ ବେହେରା ଙ୍କ ଝିଅ ମୀନା ରାଣୀ ବେହେରା ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମଙ୍କୁ ନ୍ୟାୟ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି।

ଉକ୍ତ ମାମଲାକୁ ସରକାରୀ ଓକିଲ ଅଶ୍ୱନି କୁମାର ମଲିକ ଓ ମହେନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଦଣ୍ଡ ମିଳିବା ରେ ତତ୍କାଳୀନ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଜୟନାରାୟଣ ପଙ୍କଜ, ତତ୍ କାଳୀନ ଘସିପୁରା ଥାନା ଅଧିକାରୀ ମନୋରଞ୍ଜନ ବିସି ଓ ସରକାରୀ ଓକିଲ ଅଶ୍ୱନି କୁମାର ମଲିକ ଓ ମହେନ୍ଦ୍ର ମହାପାତ୍ର ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମୀନା ରାଣୀ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories