BJD Bijuli 480×75 Mob

କେରଳ ବନ୍ୟା ପିଡୀତଙ୍କୁ ଭିକାରୀଙ୍କ ସହାୟତା

BJD Bijuli 480×75 Mob
0

ନୂଆଦିଲ୍ଲୀ : ସହାୟତା, ସମବେଦନା, ଭଲପାଇବାର କୌଣସି ସୀମା ନ ଥାଏ। ଜଣେ ଧନୀ ସମାଜରେ ଅଧିକ ଧନରାଶି ସହାୟତା କରୁଥିବାବେଳେ ଜଣେ ଗରିବ ନିଜର ଆବଶ୍ୟକତାରୁ ସଞ୍ଚୟ କରି ସହାୟତାର ହାତ ବଢାଇଥାଏ। ଯାହା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାଏ। ଏହିପରି ଏକ ଆତ୍ମସନ୍ତୋଷ ଘଟଣା କେରଳରେ ଦେଖାଦେଇଛି। କେରଳରେ ଏକ ଭିକାରୀ ଦୈନନ୍ଦିନ ଭିକ୍ଷାବୃତ୍ତି କରି ଏରାଡୁପେଡା ନଗର ନିଗମ ଅଧ୍ୟକ୍ଷ ଟି.ଏମ ରଶିଦଙ୍କ ଘରେ ପହଞ୍ଚିଥିଲେ। ଅଧ୍ୟକ୍ଷ ରଶିଦ ମଧ୍ୟ ଏକ ଭିକାରୀ ଭାବି ୨୦ ଟଙ୍କା ଦେଇଥିଲେ କିନ୍ତୁ, ଏହି ଭିକାରୀ ଜଣକ ରଶିଦଙ୍କୁ ସଞ୍ଚୟ କରିଥିବା ୯୪ ଟଙ୍କା ଖୁଚୁରା ପଇସା ଦେଇ ପଳାଇଯାଇଥିଲେ। ଭିକାରୀ ଜଣକ କେରଳ ବନ୍ୟା ପିଡୀତଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲା। କିନ୍ତୁ ସେ ଜାଣି ନ ଥିଲା ଯେ କେଉଁ ସ୍ଥାନରେ ସହାୟତା ରାଶି ପୈଠ କରାଯିବ। ତେଣୁ ସେ ନଗର ନିଗମ ଅଧ୍ୟକ୍ଷଙ୍କୁ ଦେବାପାଇଁ ୪କିଲୋମିଟର ଚାଲି ଆସିଥଲା ବୋଲି ଅଧ୍ୟକ୍ଷ କହିଛନ୍ତି।
ରଶିଦ ଏହାକୁ ଫେସବୁକରେ ପୋଷ୍ଟ କରିବା ପରେ ଏହି ପୋଷ୍ଟଟି ଭାଇରାଲ ହେବାରେ ଲାଗିଛି। ରଶିଦ ଏହି ପୋଷ୍ଟରେ ଭିକାରୀର ସମସ୍ତ ସୂଚନା ଦେଇଛନ୍ତି। ଏହି ଘଟଣା ସେ ଆତ୍ମସନ୍ତୋଷ ଲାଭ କରିଥିବା କଥା କହିଛନ୍ତି।
ସୂଚନାଯୋଗ୍ୟ ଯେ ଏହି ଭିକାରୀ ଜଣକ କୋଟାୟମ ସହରର ମୋହାନନ। ମୋହାନନଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Leave A Reply