ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୩ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ ସମୟରେ ୩ଶହ କିଲୋ ମହୁଲ ପୋଚ ନଷ୍ଟ କରିବା ସହ ମୋଟ ୭୦ ଲିଟର ମହୁଲି ମଦ ଏବଂ ୫ଲିଟର ୮୫୦ମିଲିମିଟର ବିଦେଶୀ ମଦ ଅବକାରୀ ବିଭାଗ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦେଇପଶିର ଉର୍ମିଳା ବେହେରା , ଖିରେଇଟାଙ୍ଗିର ରବି ନାୟକ ଓ କଣ୍ଟିଆପଡାରୁ ବିନ ବେହେରା ବୋଲି ଜଣାପଡିଛି । ଶୁକ୍ରବାର ପାଟଣା ଅବକାରୀ ସବ୍ଇନ୍ସପେକ୍ଟର ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।

Comments are closed.