www.samajalive.in
Tuesday, December 9, 2025
17.1 C
Bhubaneswar

ନିୟମ ଉଲ୍ଲଘଂନ : ୫ବ୍ୟାବସାୟିକ ପ୍ରତିଷ୍ଠାନ ସିଲ

କେନ୍ଦୁଝରଗଡ଼ : କରୋନା ପରିପ୍ରେକ୍ଷୀରେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲୁ ରହିଥିବାବେଳେ ସହରର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଲକଡାଉନ ନିୟମ ମାନୁ ନଥିବାରୁ ଗୁରୁବାର ସଂନ୍ଧ୍ୟାରେ ଜିଲା ପ୍ରଶାସନ ତରଫରୁ ୫ଟି ବ୍ୟାବସାୟିକ ପ୍ରତିଷ୍ଠାନକୁ ସିଲ କରାଯାଇଛି। ପ୍ରଶାସନିକ ନିୟମ ମୁତାବକ, କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଅଙ୍କୁଶ ରହିଛି। ଏହି ନିୟମକୁ ଉଲ୍ଲଘଂନ କରି ସାମାଜିକ ଦୂରତାକୁ ପାଳନ ନ କରିବା , ସନ୍ଧ୍ୟା ୫ଟା ପରେ ଦୋକାନ ଖୋଲି ବ୍ୟବସାୟ କରିବା, ଜିଲା ପ୍ରଶାସନର ଆଦେଶକୁ ଅବମାନନା କରିବା କାରଣରୁ ସହରର ଗାନ୍ଧୀ ଛକ ନିକଟରେ ଥିବା ରୂପଶ୍ରୀ ଷ୍ଟୋର, କଚେରୀ ଛକ ନିକଟରେ ଥିବା ୟାକିନ ଡ୍ରେସ ଦୋକାନ, ଅଜନ୍ତା ହୋଟେଲ ତଳେ ଥିବା ଘଣ୍ଟା ଓ ବୈଦ୍ୟୁତିକ ସାମଗ୍ରୀ ଦୋକାନ, ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ସଞ୍ଜୟ ମୋବାଇଲ ଓ ପାତ୍ର ଇଲେକଟ୍ରୋନିକ୍ସ ସମ୍ମୁଖ ବହି ଦୋକାନ ଆଦି ଦୋକାନ ସିଲ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଦୋକାନ ସିଲ କରାଯିବା ସମୟରେ ଉପଜିଲାପାଳ ରାମଚନ୍ଦ୍ର କିସକୁ, ସଦର ତହସିଲଦାର ଆଶିଷ ମହାପାତ୍ର, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଅମିତ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories