www.samajalive.in
Monday, December 15, 2025
27.1 C
Bhubaneswar

ଫଳ ଓ ପରିବା ବ୍ୟବସାୟୀଘଙ୍କ କବ୍‌‌ଜାରେ ସହରର ପ୍ରମୁଖ ରାସ୍ତା, ଟ୍ରାଫିକ୍‌‌ ସମସ୍ୟା ଯୋଗୁଁ ବୃଦ୍ଧି ପାଉଛି ଦୁର୍ଘଟଣା

କେନ୍ଦୁଝରଗଡ଼ : ଜିଲା ମୁଖ୍ୟାଳୟର ପ୍ରମୁଖ ରାସ୍ତା ଗତ କିଛିବର୍ଷ ଧରି ଫଳ ଓ ପରିବା ବ୍ୟବସାୟୀଙ୍କ କବ୍‌‌ଜାରେ ରହି ଆସିଥିବା ବେଳେ ଏଥିଯୋଗୁଁ ଉତ୍କଟ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହୋଇ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବା ନେଇ ସହରର ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଛି।  ବିଶେଷକରି ଜିଲାପାଳଙ୍କ କାର୍ଯ୍ୟାଳୟ ଛକରୁ ଗାନ୍ଧିଛକ ପର୍ଯ୍ୟନ୍ତ ସହରର ପ୍ରମୁଖ ରାସ୍ତାର ଉଭୟପାଶ୍ୱର୍ ଫୁଟ୍‌‌ପାଥକୁ ଅବରୋଧ କରି କେତେକ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ଜାରି ରଖିଥିବା ବେଳେ ରାଜ୍ୟ ବାହାରର କେତେକ ଫଳ ବ୍ୟବସାୟୀ ରାସ୍ତା ଉପରେ ଠେଲା ଲଗାଇ ବର୍ଷତମାମ୍‌‌ ରାସ୍ତା ଅବରୋଧ କରି ବ୍ୟବସାୟ କରି ଆସୁଛନ୍ତି।

ଫଳରେ ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ସହ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ସେହିଭଳି ଜିଲାପାଳ ଓ ଏସ୍‌‌.ପି.କାର୍ଯ୍ୟାଳୟ ଦେଇ ଯାଇଥିବା ଅଣଓସାରିଆ ରାସ୍ତାରେ ଥିବା ଏସ୍‌‌.ପି.କାର୍ଯ୍ୟାଳୟ ପାଚେରୀକୁ ଲାଗିଥିବା ଫୁଟ୍‌‌ପାଥକୁ ଅବରୋଧ କରି ବର୍ଷତମାମ ପରିବା ବ୍ୟବସାୟୀ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ସେମାନଙ୍କ ବ୍ୟବସାୟ ଜାରି ରଖୁଥିବାରୁ ଗ୍ରାହକ ମାନଙ୍କ ଦ୍ୱାରା ରାସ୍ତା ଅବରୋଧ ହୋଇ ସଦାସର୍ବଦା ଟ୍ରାଫିକ୍‌‌ ସମସ୍ୟା ସହରବାସୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

- Advertisement -

ଉକ୍ତ ରାସ୍ତା ଦେଇ ସମଗ୍ରଶିକ୍ଷା ଅଭିଯାନ, ସଦର ବ୍ଲକ ଶିକ୍ଷା ଅଧିକାରୀ, ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ, ଏନଏସ୍‌‌ ପୋଲିସ ହାଇସ୍କୁଲ, ଧରଣୀଧର ବିଶ୍ୱବିଦ୍ୟାଳୟ, ଲର୍ଡ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ ରେଳ ଷ୍ଟେସନ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ, ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଆଦି ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଥିବାବେଳେ ଦୈନଦିନ ଜୀବନରେ ଉକ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନ ସହ ଜଡିତ ବ୍ୟକ୍ତିବିଶେଷ ଯାତାୟାତ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କେନ୍ଦୁଝର ସହରରେ ପାର୍କିଂ ବ୍ୟବସ୍ଥା ଆଦୌ ନଥିବାରୁ ବଜାରକୁ ଆସୁଥିବା ଲୋକେ ବାଧ୍ୟ ହୋଇ ସେମାନଙ୍କ ଦୁଇଚକିଆ ଓ ଚାରିଚକିଆ ଯାନକୁ ରାସ୍ତା ଉପରେ ପାର୍କିଂ କରି ଦୋକାନ ବଜାରକୁ ଯାଉଥିବା ବେଳେ ‘ମାର ମାର ଭଣ୍ଡାରିଆକୁ ମାର’ ନ୍ୟାୟରେ ବିଭିନ୍ନ ସମୟରେ ଏହି ଦୁଇ ଓ ଚାରିଚକିଆ ଯାନ ମାଲିକଙ୍କୁ ବେଆଇନ ପାର୍କିଂ ଦର୍ଶାଇ ଇ-ଚାଲାଣ ଯୋଗେ ଜୋରିମାନା ଆଦାୟ କରିବା କେତେଦୁର ଯୁକ୍ତିଯୁକ୍ତ ବୋଲି ଜିଲା ଓକିଲ ସଂଘ ସଭାପତି ଆଲୋ୍‌‌କ କୁମାର ମହାନ୍ତ କ୍ଷୋଭର ସହ ଏହା କହିଛନ୍ତି।

ପୌର ଓ ପୁଲିସ ପ୍ରଶାସନର କେତେକ ଦୁର୍ନୀତିିଗ୍ରସ୍ତ କର୍ମଚାରୀ ସେମାନଙ୍କ ହାତ ଚିକ୍କଣ କରି ସହରର ପ୍ରମୁଖ ରାସ୍ତା ଉପରେ ବେଆଇନ ବ୍ୟବସାୟ ପାଇଁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଉଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନକରି ବେଆଇନ ପାର୍କିଂ ଦର୍ଶାଇ ଯାନ ମାଲିକଙ୍କ ଠାରୁ ଇ-ଚାଲାଣ ଯୋଗେ ଜୋରିମାନା ଆଦାୟ କେତେଦୁର ଯୁକ୍ତିସଙ୍ଗତ ବୋଲି ଜିଲା ଓକିଲ ସଂଘ ସଭାପତି ଶ୍ରୀ ମହାନ୍ତ ପ୍ରଶ୍ନ କରିଛନ୍ତି। ଆଗକୁ ସାବିତ୍ରୀ ବ୍ରତ ଓ ରଜ ପର୍ବ ଥିବାରୁ ସହରର ପ୍ରମୁଖ ରାସ୍ତା ଉପରେ ଚାଲି ଆସୁଥିବା ବେଆଇନ ବ୍ୟବସାୟୀଙ୍କୁ ଉଛେଦ କରି ସହରବାସୀଙ୍କୁ ଉତ୍କଟ ଟ୍ରାଫିକ୍‌‌ ସମସ୍ୟାରୁ ମୁକ୍ତି ଦେବାରେ ଜିଲା ଓ ପୁଲିସ ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ଓକିଲ ସଂଘ ସଭାପତି ଶ୍ରୀ ମହାନ୍ତ ଆଶାପୋଷଣ କରିଛନ୍ତି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories