ଏହି ଭୁଲ୍ ଯୋଗୁଁ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଏ, ରୁହନ୍ତୁ ସତର୍କ

ନୂଆଦିଲ୍ଲୀ : ଅନେକ ସମୟରେ ଇଲେକ୍ଟ୍ରିକ୍ ସ୍କୁଟରରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥାଏ । ଏହା ଦ୍ବାରା ଧନ ଜୀବନ ହାନି ହେବାର ଆଶଙ୍କା ରହିଥାଏ । ତେବେ ଅନେକ କାରଣ ଯୋଗୁଁ ଇଭିରେ ନିଆଁ ଲାଗିଥାଏ । ଆସନ୍ତୁ ଜାଣିବା…

ଦୁର୍ଘଟଣାରେ ଇଲେକ୍ଟ୍ରିକ୍ ସ୍କୁଟର କ୍ଷତିଗ୍ରସ୍ତ ହେବା ଫଳରେ ଏଥିରେ ନିଆଁ ଲାଗିପାରେ । ଯଦି ବ୍ୟାଟେରୀ କ୍ଷତିଗ୍ରସ୍ତ ହୋଇଯାଏ ତେବେ ମଧ୍ୟ ଏଥିରେ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହିଛି । ଇଲେକ୍ଟ୍ରିକ୍ ସ୍କୁଟରକୁ ସଠିକ୍ ଭାବେ ରକ୍ଷଣାବେକ୍ଷଣ ନକଲେ ମଧ୍ୟ ଏଥିରେ ଅଗ୍ନିକାଣ୍ଡ ଘଟିପାରେ । ସ୍କୁଟରକୁ ଅଧିକ ତୀବ୍ର ଗତିରେ ଚଲାଇବା ଦ୍ବାରା, ଅଧିକ ଓଜନିଆ ସାମଗ୍ରୀ ନେବା ଦ୍ବାରା ବା ଖରାପ ରାସ୍ତାରେ ଚଲାଇବା ଦ୍ବାରା ବ୍ୟାଟେରୀ ଓ ମୋଟର ଉପରେ ଚାପ ପଡିପାରେ । ଯାହା ଫଳରେ ଏହା ଅଧିକ ଗରମ ହୋଇପାରେ ଏବଂ ଏଥିରେ ନିଆଁ ଲାଗିପାରେ ।

କିଛି ଇଲେକ୍ଟ୍ରିକ୍ ସ୍କୁଟର ଖରାପ ପ୍ରକ୍ରିୟାରେ ପ୍ରସ୍ତୁତ ହୋଇଥାନ୍ତି ଯେଉଁଥିପାଇଁ ଏଥିରେ ନିଆଁ ଲାଗିବା ବିପଦ ବଢିଯାଏ । ଖରାପ କନେକ୍ସନ, ଶସ୍ତା ତାର ବା ଖରାପ ଇଲେକ୍ଟ୍ରୋନିକ୍ସ ନିଆଁ ଲାଗିବାର ଆଉ ଏକ କାରଣ । ଇଲେକ୍ଟ୍ରିକ୍ ସ୍କୁଟରକୁ ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ କରିବା ଦ୍ବାରା, ଭୁଲ ଚାର୍ଜର ବ୍ୟବହାର କରିବା ଦ୍ବାରା ମଧ୍ୟ ଅଗ୍ନିକାଣ୍ଡ ଘଟିପାରେ ।

Comments are closed.