www.samajalive.in
Saturday, December 6, 2025
14.1 C
Bhubaneswar

ଅନୈତିକ ସମ୍ପର୍କ ସନ୍ଦେହରେ ହତ୍ୟାକାଣ୍ଡ, ସ୍ବାମୀ ଫେରାର

କେନ୍ଦୁଝରଗଡ: ଅନୈତିକ ସମ୍ପର୍କ ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ବାଂଶପାଳ ବ୍ଲକ ରୁଗୁଡିସାହିରେ ଶୁକ୍ରବାର ରାତିରେ ଘଟିଛି।
ସ୍ତ୍ରୀ ବନିତା ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଯଦୁ ମହାକୁଡ ମଧ୍ୟରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଝଗଡା ହୋଇଥିଲା। ଝଗଡାରେ ସ୍ୱାମୀ ଯଦୁ ଉତ୍‍କ୍ଷିପ୍ତ ହୋଇ ଏକ ଟାଙ୍ଗିଆ ସାହାର୍ଯ୍ୟରେ ସ୍ତ୍ରୀ ବନିତାକୁ ହାଣି ଦେବାରୁ ଘଟଣାସ୍ଥଳରେ ବନିତାର ମୃତ୍ୟୁ ଘଟିଥିଲା।
ଖବରପାଇ ଶନିବାର ସକାଳେ ସ୍ଥାନୀୟ ନୟାକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଥାନା ଅଧିକାରୀ ବିଦେଶୀ ବାଗ କହିଛନ୍ତି। ଏହି ଘଟଣାରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଯଦୁ ଫେରାର ଥିବା ଥାନା ଅଧିକାରୀ ଶ୍ରୀ ବାଗ କହିଛନ୍ତି। ସ୍ତ୍ରୀର ଅନୈତିକ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories