www.samajalive.in
Tuesday, December 9, 2025
16.1 C
Bhubaneswar

ମାଟ୍ରିକ ମେଧାବୀଙ୍କୁ ୩୧ରେ ସମ୍ବର୍ଦ୍ଧିିତ କରିବ ‘ସହାୟତା’ ଅନୁଷ୍ଠାନ

କେନ୍ଦୁଝରଗଡ଼: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୩ରେ କୃତିତ୍ବ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱେଛାସେବୀ ଅନୁଷ୍ଠାନ ‘ସହାୟତା’ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଜିଲାରେ ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ ସହ ସମସ୍ତ ବ୍ଲକ, ପୌରପାଳିକା ଓ ଏନଏସିର ଶ୍ରେଷ୍ଠ ମାଟ୍ରିକ ମେଧା ଏବଂ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କୁ ସ୍ୱେଛାସେବୀ ଅନୁଷ୍ଠାନ ‘ସହାୟତା’ ଏବଂ ‘ସମ୍ଭାବନା’ ପକ୍ଷରୁ ମିଳିତ ଭାବେ ଆସନ୍ତା ୩୧ ତାରିଖ ସମ୍ବର୍ଦ୍ଧିତ  କରାଯିବ। ଏନେଇ ‘ସହାୟତା’ର ସଭାପତି ସଞ୍ଜୟ ବସନ୍ତ ଚକ୍ର ସୂଚନା ଦେଇଛନ୍ତି।

ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଶିକ୍ଷକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଚକ୍ର ଉପରୋକ୍ତ ସୂଚନା ପ୍ରଦାନ କରିବା ସହ ଜିଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟରେ ପ୍ରଥମଥର ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି ଏକ ପ୍ରୟାସ ଆରମ୍ଭ ହୋଇଥିବା କହିଥିଲେ। କେବଳ ମେଧାବୀ ଛାତ୍ରଛାତ୍ରୀ ନୁହଁନ୍ତି, ସେମାନଙ୍କୁ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମଧ୍ୟ ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି। ଆସନ୍ତା ୩୧ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ଶିକ୍ଷକ ଭବନଠାରେ ଏକ ନିରାଡ଼ମ୍ବର ସଭାରେ ମେଧାବୀ ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିିତ କରାଯିବ ବୋଲି ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଚିନ୍ତାମଣୀ ଜେନା ଓ କ୍ଷୀରୋଦ କୁମାର ରାଉତ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories