ଅମଲାଙ୍କ କଳାବ୍ୟାଜ୍‍ ପରିଧାନ, ଜୁନ ୧ରୁ ସମୂହ ଛୁଟି

କେନ୍ଦୁଝରଗଡ଼: ରାଜ୍ୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତିକ୍ରମେ ଅମଲାଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଓ କମ୍ପ୍ୟୁଟର ଥାଇ ସୁଦ୍ଧା ଅମଲା ମାନଙ୍କର ଦରମା ଗ୍ରେଡ ପେ ୧୯୦୦ ସହ ଲେଭେଲ-୪ର ପ୍ରତିବାଦ କରି ଏବଂ ୪୨୦୦ଟଙ୍କା ଗ୍ରେଡ ପେ ସହିତ ଲେଭେଲ-୯କୁ ବୃଦ୍ଧି ଦାବିରେ ସୋମବାର ଠାରୁ ରାଜ୍ୟବ୍ୟାପୀ ଅମଲାମାନଙ୍କ କଳାବ୍ୟାଜ୍‍ ପରିଧାନ ପୂର୍ବକ ପ୍ରତିକାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ମିଳିତ ଅମଲା ମଞ୍ଚ ଆହ୍ୱାନକ୍ରମେ ଜିଲାର ସମସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ସୋମବାର ଠାରୁ କଳାବ୍ୟାଜ୍‍ ପରିଧାନ କରିଛନ୍ତି।

prayash

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି କଳାବ୍ୟାଜ୍‍ ପରିଧାନ ପୂର୍ବକ ପ୍ରତିକାତ୍ମକ ଆନ୍ଦୋଳନ ଜାରି ରହିବାକୁ ଥିବାବେଳେ ସରକାର ଯଦି ଦାବି ପୂରଣ ନକରନ୍ତି ତାହାଲେ ଜୁନ ୧ରୁ ଅମଲା ସମୂହ ଛୁଟିରେ ଯିବେ ବୋଲି ମିଳିତ ଅମଲା ମଞ୍ଚର ମିଡିଆ ସଂଯୋଜକ ପୀତବାସ ମହାନ୍ତ କହିଛନ୍ତି। ଅମଲାମାନଙ୍କ ବେତନରେ ଥିବା ଅସଙ୍ଗତି ଦୂର କରି ‘ଲେଭେଲ-୯’ ପ୍ରଦାନ ନିମନ୍ତେ ଅପ୍ରେଲ ୨୧ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ହେଁ ଦାବି ପୂରଣ ନେଇ ସରକାରଙ୍କ କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇବାରୁ ପୁଣିଥରେ ମେ ୧ ତାରିଖ ସରକାରଙ୍କ ଉଦ୍ଦେଶ୍ୟରେ ଚରମପତ୍ର ପ୍ରଦାନ କରାଯାଇଥିଲା।

ଏହାସତ୍ତ୍ବେ ସରକାରଙ୍କ ନିଦ ନଭାଙ୍ଗିବାରୁ ଅମଲାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇ ଚଳିତମାସ ୨୨ରୁ ୩୧ତାରିଖ ପର୍ଯ୍ୟନ୍ତ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ ପୂର୍ବକ କଳାବ୍ୟାଜ୍‍ ପରିଧାନ ସହ କାର୍ଯ୍ୟ ସମ୍ପାଦନ ଆରମ୍ଭ ହୋଇଥିବା ବେଳେ କନିଷ୍ଠ ସହାୟକଙ୍କ ମୂଳ ଦରମା ୪୨୦୦ଟଙ୍କା ଗ୍ରେଡ-ପେ ଅର୍ଥାତ୍‍ ଲେଭେଲ-୯କୁ ବୃଦ୍ଧି ଦାବିକୁ ସରକାର ପୂରଣ ନକଲେ ବାଧ୍ୟ ହୋଇ ଜୁନ ୧ରୁ ଅମଲା ସମୂହ ଛୁଟିରେ ଯିବାକୁ ମଞ୍ଚ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶ୍ରୀ ମହାନ୍ତ ଜଣାଇଛନ୍ତି।

kalyan agarbati

Comments are closed.