www.samajalive.in
Sunday, December 14, 2025
26.1 C
Bhubaneswar

ହାଜତ ମୃତ୍ୟୁ ମାମଲା: ଯୋଡା ଥାନା ଅଧିକାରୀଙ୍କ ଗିରଫ ଦାବିକଲା ବିଜେପି

କେନ୍ଦୁଝରଗଡ: ଚଳିତମାସ ୨୫ ତାରିଖ ଯୋଡ଼ା ଥାନା ପରିସରରେ ହାଜତ ମୃତ୍ୟୁ ଘଟଣାରେ ଦାୟୀ ଯୋଡା ଥାନା ଅଧିକାରୀଙ୍କୁ ତୁରନ୍ତ ଗିରଫ ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ପ୍ରତିନିଧିଦଳ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚମ୍ପୁଆ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ମୁରଲୀ ଶର୍ମାଙ୍କ ନେତୃତ୍ୱରେ ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା, ଜିଲା ଉପସଭାପତି ଦେବପ୍ରସାଦ ମିଶ୍ର, ବଡବିଲ ମଣ୍ଡଳ ବିଜେପି ସମ୍ପାଦକ ମେ।।ହନ କର ପ୍ରମୁଖ ଗୁରୁବାର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କୁ ଭେଟି ଗତ ୨୫ ତାରିଖ ଯୋଡା ଥାନା ହାଜତରେ ମୃତ୍ୟୁବରଣ କରିଥିବା ଦୀନେଶ ନାଏକଙ୍କ ଘଟଣାରେ ତୁରନ୍ତ ଯୋଡା ଥାନା ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି।

ଯୋଡା ଥାନା ଅଧିକାରୀଙ୍କ ବିରୋଧରେ ତ୍ୱରିତ୍‌‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ମୁରଲୀ ଶର୍ମା ଚେତାବନୀ ଦେଇଛନ୍ତି। ୨୯ ଜାନୁୟାରୀ ୨୦୨୩ରେ ବଡ଼ବିଲ ଥାନାରେ ମଧ୍ୟ ଏକ ହାଜତ ମୃତ୍ୟୁ ଘଟଣା ଘଟିଥିବା ବେଳେ ବର୍ଷକପରେ ଯୋଡ଼ା ଥାନାରେ ବିରକଳା ଗ୍ରାମର ଦୀନେଶ ନାୟକ (୨୩)ଙ୍କ ମୃତ୍ୟୁ ପୁଲିସ ପ୍ରଶାସନର ମେରୀ ରାୟ ଶାସନକୁ ପ୍ରମାଣିତ କରୁଛି ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

- Advertisement -

ମୃତ ଦୀନେଶକୁ କୌଣସି ଏକ ଘଟଣାରେ ଗତ ରବିବାର ଠାରୁ ଦୀନେଶକୁ ବିଲେଇପଦା ଫାଣ୍ଡିରେ ରଖା ଯାଇଥିବା ବେଳେ ମଙ୍ଗଳବାର ଅପରାହ୍ଣ ୩ଟାରେ ଯୋଡା ଥାନା ପରିସରରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ କହିବାନୁସାରେ ମଙ୍ଗଳବାର ଅପରାହ୍ଣ ୩ଟାରେ ଦୀନେଶ ଏକ କମ୍ପୁଟର କେବୁଲ ଦ୍ୱାରା ଥାନା ପରିସରରେ ଅତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ତୁରନ୍ତ ଯୋଡ଼ାସ୍ଥିତ ଟିସ୍କୋ ମେଡିକାଲକୁ ନିଆଯାଇ ଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏଭଳି ମନୋଗଢ଼ଣ କାହାଣୀ କହି ପୁଲିସ ନିଜ ତରଫରୁ ସଫେଈ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗି ରହିଛି।

ଏହା ପୂର୍ବରୁ ବାମେବାରୀ ଥାନା ଅଞ୍ଚଳ ରେ ମଧ୍ୟ ଏକ ହତ୍ୟାକାଣ୍ଡ ଘଟଣାକୁ ଅତ୍ମହତ୍ୟା ରୂପ ଦେବାକୁ ପୁଲିସ ଚେଷ୍ଟା କରିଥିବା ବେଳେ ପ୍ରବଳ ବିରୋଧ ପରେ ପୁନର୍ବାର ଘଟଣାର ତଦନ୍ତ କରା ଯାଇଥିଲା ଯେଉଁ ଘଟଣାରେ ଶବ ବ୍ୟବଛେଦ ରିପୋର୍ଟ ମଧ୍ୟ ଭୁଲ ପ୍ରମାଣିତ ହୋଇଥିଲା। ବର୍ତ୍ତମାନର ଘଟଣା ମଧ୍ୟ ବୁଧବାର ରାତି ୧୨ଟା ପରେ ସତର୍କତାର ସହିତ ଶବ ବ୍ୟବଛେଦ କରାଯାଇଥିବା ବିଶେଷସୂତ୍ରରୁ ଜଣାପଡିଛି। ଯେଉର୍ଥିରେ ପୁଲିସ ପକ୍ଷରୁ ଯୋଜନାବଦ୍ଧ ଭାବେ ସରକାରୀ ଡାକ୍ତରଙ୍କ ସହାୟତାରେ ଦୀନେଶ ମୃତ୍ୟୁ ଘଟଣାକୁ ଅତ୍ମହତ୍ୟା ରୂପ ଦେବାକୁ ହୀନ ଉଦ୍ୟମ ଚାଲିଛି ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ପଣ୍ଡା କହିଛନ୍ତି। ବାରମ୍ବାର ଏଭଳି ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ପୁଲିସ ବଦନାମ ହେବା ସହ ଦିନକୁଦିନ ସାଧାରଣରେ ଲୋକଙ୍କ ଆସ୍ଥା ହରାଉଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories