www.samajalive.in
Sunday, December 14, 2025
23.1 C
Bhubaneswar

ଷ୍ଟେଟ୍ ବ୍ୟାଙ୍କ ଉପଭୋକ୍ତାଙ୍କୁ ଝଟକା, ଏଣିକି ଦେବାକୁ ପଡିବ ଅଧିକ ପଇସା

ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ କିଛି ଡେବିଟ୍ କାର୍ଡଧାରୀଙ୍କୁ ଝଟକା ଦେଇଛି । ବ୍ୟାଙ୍କ ଏପ୍ରିଲରୁ ନିଜ କିଛି ଡେବିଟ୍ କାର୍ଡର ରକ୍ଷଣାବେକ୍ଷଣ ଚାର୍ଜ ବଢାଇବାକୁ ଯାଉଛି । ଷ୍ଟେଟ୍ ବ୍ୟାଙ୍କ ନିଜ କ୍ଲାସିକ୍, ସିଲଭର, ଗ୍ଲୋବାଲ ଏବଂ କଣ୍ଟାକ୍ଟଲେସ୍ ଡେବିଟ୍ କାର୍ଡ, ୟୁଭା, ଗୋଲ୍ଡ, କମ୍ବୋ ଏବଂ ପ୍ଲାଟିନମ୍ ଡେବିଟ୍ କାର୍ଡରେ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜ ବଢାଇ ଦେଇଛି । ୧ ଏପ୍ରିଲରୁ ଏଥିପାଇଁ ଅତିରିକ୍ତ ୭୫ ଟଙ୍କା  ଦେବାକୁ ପଡିବ । ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନେକ ପ୍ରକାର ଡେବିଟ୍ କାର୍ଡର ସୁବିଧା ଦେଇଥାଏ ଏବଂ ଅଲଗା ଅଲଗା କାର୍ଡରେ ରକ୍ଷଣାବେକ୍ଷଣ ଚାର୍ଜ ଭିନ୍ନ ହୋଇଥାଏ । ତେବେ ଏଣିକି ସବୁଥିରେ ଅତିରିକ୍ତ ୭୫ ଟଙ୍କା ଉପଭୋକ୍ତାଙ୍କୁ ଦେବାକୁ ପଡିବ । ଯେଉଁ କାର୍ଡ ପାଇଁ ୨୦୦ ଟଙ୍କା ଦେବାକୁ ପଡୁଥିଲା ଏଣିକି ସେଥିରେ ୨୭୫ ଟଙ୍କା ଦେବାକୁ ପଡିବ । ସେହିଭଳି ଯେଉଁ କାର୍ଡ ପାଇଁ ୩୫୦ ଟଙ୍କା ଦେବାକୁ ପଡୁଥିଲା ଏଣିକି ସେଥିପାଇଁ ୪୨୫ ଟଙ୍କା ଦେବାକୁ ପଡିବ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories