www.samajalive.in
Monday, December 15, 2025
14.1 C
Bhubaneswar

ଲୋକକଳା ହିଁ ସଚେତନତାର ପ୍ରକୃଷ୍ଟ ମାଧ୍ୟମ

କେନ୍ଦୁଝରଗଡ଼ : ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକକଳା ମାଧମରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜିଲା ପ୍ରଶାସନ ଆନୁକୁଲ୍ୟରେ ଜିଲା ସୂଚନା ଓ ଲୋକସମ୍ପର୍କ ଏବଂ ଜିଲା ସଂସ୍କୃତି କାର୍ଯ୍ୟାଳୟ ମିଳିତ ତତ୍ତ୍ୱାବଧାନରେ ବୁଧବାର ଜିଲା ସଂସ୍କୃତି ଭବନଠାରେ ଜିଲାସ୍ତରୀୟ ସଂସାଧନ ସଦସ୍ୟଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ଅବସରରେ ଲୋକକଳା ହିଁ ଜନସଚେତନତାର ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ। ଲୋକକଳା ସାଧାରଣତଃ କଳାକାରମାନଙ୍କ ଜୀବନ ଓ ଜୀବିକା ସହ ଅଙ୍ଗାଙ୍ଗୀ ଭାବେ ଆବାହମାନକାଳରୁ ଜଡ଼ିତ। କେନ୍ଦୁଝର ଜିଲା ତଥା ରାଜ୍ୟରେ ସମୃଦ୍ଧ ଲୋକକଳା ପରମ୍ପରା ରହିଛି ଏବଂ ଏହା କଳା ସଂସ୍କୃତି ଓ ଐତିହ୍ୟର ଗନ୍ତାଘର। କଳା ଓ ସଂସ୍କୃତି ଗୋଟିଏ ଜାତିର ଆଧାର ଓ ପରିଚୟ ତଥା ପ୍ରଗତିର ପରିଚାୟକ। ଅବକ୍ଷୟମୁଖୀ ଲୋକକଳାର ପୁନରୁଦ୍ଧାର ସହିତ ଏହାର ପ୍ରଚାର ପ୍ରସାର ଓ ବିକାଶ ସହିତ କଳାକାର ମାନଙ୍କର ଜୀବନ ଜୀବିକାର ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଭିନ୍ନ ଲୋକକଳା କଳାକାରମାନଙ୍କୁ ସାମିଲ କରି ଜିଲା କଳା ସଂସ୍କୃତି ସଂଘ ଓ ବ୍ଲକ କଳା ସଂସ୍କୃତି ସଂଘ ଗଠନ କରାଯାଇଛି।

- Advertisement -

ଉକ୍ତ କଳାକାର ମାନଙ୍କ ଜରିଆରେ ଚଳିତମାସ ୨୩ ରୁ ଫେବୃଆରୀ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଅଭିଯାନ ଜାରି ରହିବ। ସୂଚନା, ଶିକ୍ଷା ଓ ସଞ୍ଚାର କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଅଭିଯାନରେ ଲୋକକଳା ପରିବେଷଣ ମାଧ୍ୟମରେ ଜନସଚେତନତା ସୃଷ୍ଟି ଦିଗରେ କୌଶଳ ଓ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଉକ୍ତ ଶିବିର ଆୟୋଜନ କରାଯାଉଛି। ଚଳିତମାସ ୧୨ ରୁ ୧୭ ତାରିଖ ମଧ୍ୟରେ ଜିଲାରେ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଜିଲାରେ ଉକ୍ତ ସଚେତନତା ଅଭିଯାନର ସଫଳତା ପାଇଁ ଶ୍ରୀ ମହଲା ପ୍ରଶିକ୍ଷକ ପ୍ରଶିକ୍ଷାର୍ଥୀ ତଥା କଳାକାର ମାନଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ।

ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ କେନ୍ଦୁଝର ତଥା ଜିଲା ସଂସ୍କୃତି ଅଧିକାରୀ ସଞ୍ଜୀବ କୁମାର ବାରିକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ତାଲିମ ଶିବିର ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। ପ୍ରଥମ ଦିନର ବିଭିନ୍ନ ଅଧିବେଶନରେ ରାଜ୍ୟସ୍ତରୀୟ ରିସୋର୍ସପର୍ସନ୍ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ପାଲା ଗାୟକ ଡ଼. ଧିରେନ କୁମାର ମହାନ୍ତି ଏବଂ ଜିଲା କଳା ସଂସ୍କୃତି ସଂଘ ଉପସଭାପତି ଲୋକନାଥ ସାହୁ, ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ, ଜିଲାର ବିଭିନ୍ନ ବ୍ଳକରୁ ଆସିଥିବା ସଂସାଧନ ସଦସ୍ୟଙ୍କୁ ଲୋକକଳା ମାଧ୍ୟମରେ ପ୍ରଚାର ହେବାକୁଥିବା ସରକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇବା ସହ ପ୍ରଚାରଶୈଳୀ ସମ୍ବନ୍ଧରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories