www.samajalive.in
Saturday, December 13, 2025
15.1 C
Bhubaneswar

ପ୍ରଥମ ସର୍ବ ଭାରତୀୟ ତିଲେଶ୍ୱର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଫ୍ରେଣ୍ଡସ ଆସୋସିଏସନ ତିଲେଶ୍ୱର ଆନୁକୁଲ୍ୟରେ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଦିନ ଉଦଘାଟିତ ହୋଇଯାଇଛି । ପ୍ରଥମେ ତିଲେଶ୍ଵର ସ୍ଥିତ ଜଗନ୍ନାଥଙ୍କ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଖେଳ ପଡ଼ିଆରେ ପହଞ୍ଚି ଥିଲା ।ଉଦଘାଟନ ଦିବସରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ସ୍ବତନ୍ତ୍ର ଉନ୍ନଉନ ପରିଷଦ ଅଧ୍ୟକ୍ଷ ଭଗବାନ କହଁର ଯୋଗଦେଇ କାର୍ୟ୍ୟକ୍ରମ ଶୁଭ ଉଦଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ବିଜୁଜନତା ଦଳର ପର୍ୟ୍ୟବେକ୍ଷକ ଚିତ୍ତରଞ୍ଜନ କର୍ଣ୍ଣ, ବାଣୀଭୂଷଣପୁର ସରପଞ୍ଚ ଶ୍ରୀବନ୍ତ କୁମାର ମେହେର ଉପସ୍ଥିତ ଥିଲେ। ଉଦଘାଟନୀ ମ୍ୟାଚ କଳାହାଣ୍ଡି ସ୍ପୋର୍ଟସ ହଷ୍ଟେଲ ବନାମ କଟକ ସନସାଇନ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉଭୟ ଦଲ ମଧ୍ୟରେ ବହୁ ଚିତାକର୍ଷକ ଖେଳ ଅନୁଷ୍ଠିତ ହୋଇଥିଲା ଏଥିରେ କଟକ ଦଳ ଦୁଇ ଗୋଟି ଗୋଲ ଦେଇ ବୀଜୟୀ ହୋଇ ପ୍ରଥମ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି । ଖେଳକୁ ଜାତୀୟ ରେଫରି ସୁବ୍ରତ କୁମାର ପୁରୋହିତ, ମାନସ କୁମାର ବିଶ୍ବାଳ, ସୁଜିତ୍ ରାଜହଁସ ପରିଚାଳନା କରିଥିବାବେଳେ ଚତୁର୍ଥ ରେଫରି ଭାବେ ଦିଲୀପ କୁମାର୍ ରାଉତ , ମ୍ୟାଚ କମିଶନର ଭାବେ ରଞ୍ଜନ କୁମାର୍ ଯୋଶୀ କାର୍ୟ୍ୟ ତୁଲାଈଥିଲେ ।

- Advertisement -

ଫ୍ରେଣ୍ଡସ ଆସୋସିଏସନର ସଭାପତି ଝୁନୁ ବେହେରା ,ସମ୍ପାଦକ ରମେଶ କୁମାର୍ ସାମଲ , ସୁଶିଲ ଦେହୁରୀ, ଦେବରାଜ ପ୍ରଧାନ, ବିଶ୍ୱଜିତ୍ ପ୍ରଧାନ, ସୁଜ୍ଞାନ କର୍ଣ୍ଣ, କାଦମ୍ୱିନି ଯୋଶୀ , ନିକୁଞ୍ଜ କୁମାର ବେହେରା ଏବଂ ଫ୍ରେଣ୍ଡସ ଆସୋସିଏସନ ର ସମସ୍ତ ସଦସ୍ୟ ଙ୍କ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଅଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories