www.samajalive.in
Monday, December 8, 2025
14.1 C
Bhubaneswar

ଓଡ୍ରାଫ ଉଦେଶ୍ୟରେ ୫୬ଟି ନୂତନ ଯାନ ଲୋକାର୍ପିତ କଲେ ଆରକ୍ଷୀ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ବର: ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଅରୁଣ କୁମାର ଷଡଙ୍ଗୀ କଟକସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ୫୬ଟି ନୂତନ ଯାନ ଓଡ୍ରାଫ ଉଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏହି ଯାନ ଦ୍ବାରା ଜରୁରୀକାଳୀନ ପରିସ୍ଥିତି ତଥା ପ୍ରାକୃତିକ ବିପର୍ୟ୍ୟୟ ସମୟରେ ସାଧାରଣ ଜନତା ଉପଯୁକ୍ତ ସେବା ପାଇ ପାରିବେ ବୋଲି ଡ଼ିଜିପି ଶ୍ରୀ ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ସେ କହିଥିଲେ ଯେ, ମନୁଷ୍ୟକୃତ କିମ୍ବା ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଓଡ୍ରାଫର ଭୂମିକା ସବୁବେଳେ ଗୁରୁତ୍ବପୂର୍ଣ୍ଣ ରହି ଆସିଛି। ବିଗତ ୨୪ ବର୍ଷ ମଧ୍ୟରେ ଙଊଜଇୠ ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିଆସିଛି। ବାହାନଗା ରେଳ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତି ସମୟରେ ଧନ ଜୀବନ ସୁରକ୍ଷା ଯୋଗାଇ ଦେବାରେ ଓଡ୍ରାଫ ନିରନ୍ତର ସେବା ଯୋଗାଇ ଆସିଛି ବୋଲି ଡ଼ିଜିପି ଶ୍ରୀ ଷଡଙ୍ଗୀ କହିଥିଲେ। ଆଗାମୀ ଦିନରେ ଅତ୍ୟାଧୁନିକ ଉପକରଣ, ପରିବହନ ଏବଂ ମାନବ ସମ୍ବଳ ଯୋଗାଇ ଓଡ୍ରାଫକୁ ଆହୁରି ଶକ୍ତିଶାଳି କରାଯିବ ବୋଲି ସେ କହିଛନ୍ତି।

- Advertisement -

ନିରନ୍ତର ଶିକ୍ଷା ଏବଂ ନିରନ୍ତର ଅଭ୍ୟାସ ଦ୍ବାରା ଓଡ୍ରାଫ ବାହିନୀକୁ ସଶକ୍ତ କରାଯିବ। ଯାହାଦ୍ବାରା ଜରୁରୀକାଳୀନ ପରିସ୍ଥିତି ସମୟରେ ଜନତାଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ସକ୍ଷମ ହୋଇପାରିବେ। ଆଗାମୀ ଦିନରେ ଦେଶ, ସମାଜ ତଥା ପୁଲିସ ବିଭାଗ ପ୍ରତି ସେବା ମନୋବୃତ୍ତିସମ୍ପର୍କରେ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଷଡଙ୍ଗୀ ଗୁରୁତ୍ବାରୋପ କରିଥିଲେ।

ଓଡ୍ରାଫ ଦାୟିତ୍ବରେ ଥିବା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ବିଗତ ଦିନରେ ଓଡ୍ରାଫ ଦ୍ବାରା କରାଯାଇଥିବା ବିଭିନ୍ନ ଅପରେଶନ ସମ୍ପର୍କରେ ସୂଚନା ଦେଇଥିଲେ। ବାହାନଗା ରେଳ ଦୁର୍ଘଟଣା, ସମ୍ବଲପୁର ବୋରୱେଲରୁ ନବଜାତ ଶିଶୁକୁ ଉଦ୍ଧାର ତଥା ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଓଡ୍ରାଫ କାର୍ୟ୍ୟ। ବଳି ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିନିମନ୍ତେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ୍ରାଫକୁ ପ୍ରଶଂସା କରିଥିବା କଥା ଉଲ୍ଲେଖ କରିଥିଲେ । ଏହି ଯାନ ଗୁଡିକ ଦ୍ବାରା ଅଳ୍ପ ସମୟ ମଧ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ କରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଆର.ପି କୋଚେଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମ ଶେଷରେ ଷଷ୍ଠ ବାଟାଲିୟନ କମାଣ୍ଡେଣ୍ଟ ସୂର୍ୟ୍ୟନାରାୟଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଏହି ୫୬ଟି ନୂତନ ଯାନ ମଧ୍ୟରେ ୨୦ଟି ବୋଲେରୋ, ୨୦ଟି ବସ, ୧୫ଟି ଟ୍ରାକ୍ଟର ଏବଂ ଗୋଟିଏ କାମ୍ପର ଗାଡି ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories