କେନ୍ଦୁଝରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଚମ୍ପୁଆ: ଉତ୍ତେଜନା ଯୋଗୁ କେନ୍ଦୁଝରରେ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ । ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସହରରେ ୧୪୪ ଧାରା ଲାଗୁ କରାଯିବା ସହ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ସୂଚନା ମୁତାବକ ଗତକାଲି ଝଣ୍ଡା ଶୋଭାଯାତ୍ରାକୁ ନେଇ ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଯୋଡ଼ା ସହରରେ ୨ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ।  ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯୋଡ଼ା ସହରରେ ୧୪୪ଧାରା ଜାରି କରାଯାଇଛି ।

kalyan agarbati

Comments are closed.