କେନ୍ଦୁଝର ଜିଲା ରାଜସ୍ୱ ଅମଲା ସଂଘର ସମ୍ମିଳନୀ
ଜିତେନ୍ଦ୍ର ସଭାପତି, ପ୍ରଭାତେନ୍ଦୁ ସମ୍ପାଦକ
କେନ୍ଦୁଝରଗଡ : କେନ୍ଦୁଝର ଜିଲା ରାଜସ୍ୱ ଅମଲା ସଂଘର ଚତୁର୍ଥ ତ୍ରୟୋବାର୍ଷିକୀ ଜିଲା ସମ୍ମିଳନୀ ରବିବାର ଦରବାର ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ମହମ୍ମଦ ଅଲ୍ଲୀ ଜିନ୍ହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥି ତଥା ନିର୍ବାଚନ ଅଧିକାରୀ ଭାବେ ରାମ ନାରାୟଣ ଦ୍ୱିବେଦୀ, ମୁଖ୍ୟବକ୍ତା ଭାବେ ଜୟଗୋବିନ୍ଦ ମିଶ୍ର ଯୋଗ ଦେଇ ପ୍ରତିବର୍ଷ ଜିଲା ସମ୍ମିଳନୀ ଓ ବାର୍ଷିକ ଉତ୍ସବ ଆୟୋଜନ ଦ୍ୱାରା ସଂଘୀୟ ବ୍ୟବସ୍ଥା ସୁଦୃଢ଼ ହେବାରେ ବିଶେଷ ସହାୟକ ହେଉଥିବାରୁ ଏ ଦିଗରେ କର୍ମକର୍ତ୍ତା ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ହେମନ୍ତ କୁମାର ଦାସ, ସରୋଜ କୁମାର ଦାଶ, ବଚୁରାମ ଲାମା, ରଶ୍ମୀରଞ୍ଜନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଘ ପକ୍ଷରୁ ସଠିକ୍ ସମୟରେ ପ୍ରଶାସନ ନିକଟରେ ସଠିକ୍ ଦାବି ଉପସ୍ଥାପନା କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ସଭାପତିଙ୍କ ଅଭିଭାଷଣ ପରେ ସମ୍ପାଦକ କୈଳାସ ଚନ୍ଦ୍ର ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ସଂଘର ବିଭିନ୍ନ ଦାବି ଗୁଡିକ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହାପରେ ଆଗାମୀ ୩ବର୍ଷ ନିମନ୍ତେ ସଂଘର ନୂତନ କର୍ମକର୍ତ୍ତା ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କେବଳ ସମ୍ପାଦକ ପଦ ପାଇଁ ସୁରେଶ ଚନ୍ଦ୍ର ରଣା ଓ ପ୍ରଭାତେନ୍ଦୁ ନାଏକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ପ୍ରଭାତେନ୍ଦୁ ନାଏକ ବିଜୟୀ ଘୋଷିତ ହୋଇଥିଲେ । ଅନ୍ୟ ସମସ୍ତ ପଦରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ନିର୍ନ୍ଦ୍ବଦରେ ନିର୍ବାଚିତ ଘୋଷିତ ହୋଇଥିଲେ । ସଭାପତି ଭାବେ ଜିତେନ୍ଦ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭାବେ ସଚିନ ପଣ୍ଡା, ଉପସଭାପତି ଭାବେ ଜିତେନ୍ଦ୍ର କୁମାର ସାହୁ, ଭୀମସେନ ଜେନା, ବରୁଣ ପଲେଇ, ମିନତୀ ସାହୁ, ସଙ୍ଗଠନ ସମ୍ପାଦକ ଭାବେ ଶିବାନୀ ନାଏକ, ପ୍ରସନ୍ନ କୁମାର ନାଏକ, ତପନ କୁମାର ଭୂୟାଁ, କାର୍ଯ୍ୟାଳୟ ସମ୍ପାଦକ ଭାବେ ମୁକ୍ତିକାନ୍ତ ପାତ୍ର, ଯୁଗ୍ମସମ୍ପାଦକ ଭାବେ ସମିତ ରାଠୋର ଓ ଜନ୍ମେଜୟ ଶତପଥୀ, କୋଷାଧ୍ୟକ୍ଷ ଭାବେ ପାର୍ଥସାରଥୀ ନାୟକ, ସମୀକ୍ଷକ ଭାବେ ରାଧାରମଣ ଚକ୍ର, ମିଡିଆ ସଂଯୋଜକ ଭାବେ ପୀତବାସ ମହାନ୍ତ ନିର୍ବାଚିତ ହୋଇଥିଲେ । ଆନନ୍ଦପୁର ଉପଖଣ୍ଡ ସମ୍ପାଦକ ଭାବେ ସୁବ୍ରତ କୁମାର ପଟ୍ଟନାୟକ ଓ ଚମ୍ପୁଆ ଉପଖଣ୍ଡ ସମ୍ପାଦକ ଭାବେ ଦେବବ୍ରତ କର ନିର୍ବାଚିତ ଘୋଷିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ଦୀପକ କୁମାର ପ୍ରଧାନ, ପଙ୍କଜିନୀ ସେଠୀ, ରଶ୍ମୀରେଖା ପାତ୍ର, ଗୌତମ ଚରଣ ମହାନ୍ତ, ସତ୍ୟବତୀ ଲାଗୁରୀ, ଚବିଳ ପାତ୍ର, ପ୍ରତାପ କୁମାର ବଇଠା, ଦୀପକ କୁମାର ପାତ୍ର, ହୃଦୟ କୁମାର ଜେନା, ମନୋଜ କୁମାର ମଲ୍ଲିକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଉପଦେଷ୍ଟା ଭାବେ କାମିନୀକାନ୍ତ ମହାନ୍ତ, ମହମ୍ମଦ ଅଲ୍ଲୀ ଜିନହା, କୈଳାସ ଚନ୍ଦ୍ର ମଲ୍ଲୀକ, ଭୁବନେଶ୍ୱର ମହାପାତ୍ର, ବିଚିତ୍ରାନନ୍ଦ ରାଉତ, ସରୋଜ କୁମାର ସାହୁ, ଜତୀନ୍ଦ୍ର କୁମାର ବଇଠା ପ୍ରମୁଖ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିବା ମଡିଆ ସଂଯୋଜକ ପୀତବାସ ମହାନ୍ତ ଜଣାଇଛନ୍ତି ।
Comments are closed.