ମାର୍ଶାଘାଇ: ତଣ୍ଟି କାଟିଦେଲା ପ୍ରେମିକା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରେ। ପାରାଦୀପ-ଚଣ୍ଡିଖୋଲ ଏକ୍ସପ୍ରେସ୍ ଜାତୀୟ ରାଜପଥ ହଜାରି ଛଘରିଆ ଛକରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଆହତ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ବାଘୁଆଠେଙ୍ଗର ସତ୍ୟଜିତ୍ ଷଡଙ୍ଗୀ ବୋଲି ଜଣାପଡିଛି। ପ୍ରଥମେ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



