www.samajalive.in
Sunday, December 7, 2025
26.1 C
Bhubaneswar

ସାଂଘାତିକ ଅଭିଯୋଗ: ଚାଷୀଙ୍କ ଅଜାଣତରେ ଜମାଖାତାରୁ ଉଠିଗଲା ଟଙ୍କା

କେନ୍ଦ୍ରାପଡା: ଚାଷୀଙ୍କ ଅଜାଣତରେ ଜମା ଖାତାରୁ ଉଠିଗଲା ୧ ଲକ୍ଷ ୫୯ ହଜାର ଟଙ୍କା। ସମ୍ପାଦକ ଓ ଶାଖା ପରିଚାଳକଙ୍କ ନାଁରେ ଥାନାରେ ଏତଲା। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ରାଜକନିକା ପାତୁଳି ଗାଁର ଚାଷୀ ଧରଣୀଧର ନାୟକଙ୍କ ଜମା ଖାତାରୁ ଟଙ୍କା ଉଠାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ କିଛି ଦିନ ତଳେ ବରୁଣା ପ୍ରାଥମିକ କୃଷି ସମବାୟ ସମିତିରୁ ୧ ଲକ୍ଷ ୫୯ ହଜାର ଟଙ୍କା ରୁଣ କରିଥିଲେ। ଏହି ଟଙ୍କା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜକନିକା ଶାଖାରେ ଥିବା ତାଙ୍କ ଜମା ଖାତାକୁ ଆସିଥିଲା। କିନ୍ତୁ ସେ ବ୍ୟାଙ୍କକୁ ଟଙ୍କା ଉଠାଣ କରିବାକୁ ଯାଇଥିବାବେଳେ ଜମାଖାତାରୁ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ତେବେ ଏ ନେଇ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ସନ୍ତୋଜନକ ଉତ୍ତର ଦେଇପାରିନଥିଲେ। ବରୁଣା କୃଷି ସମବାୟ ସମିତି ର ସମ୍ପାଦକ ଏବଂ ବ୍ୟାଙ୍କ ଶାଖା ପରିଚାଳକ ଚଞ୍ଚକତା କରି ଟଙ୍କା ଉଠାଇଥିବା ଚାଷୀ ଧରଣୀଧର ନାୟକ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories