www.samajalive.in
Friday, December 12, 2025
14.1 C
Bhubaneswar

ସାଂଘାତିକ ଅଭିଯୋଗ: ଚାଷୀଙ୍କ ଅଜାଣତରେ ଜମାଖାତାରୁ ଉଠିଗଲା ଟଙ୍କା

କେନ୍ଦ୍ରାପଡା: ଚାଷୀଙ୍କ ଅଜାଣତରେ ଜମା ଖାତାରୁ ଉଠିଗଲା ୧ ଲକ୍ଷ ୫୯ ହଜାର ଟଙ୍କା। ସମ୍ପାଦକ ଓ ଶାଖା ପରିଚାଳକଙ୍କ ନାଁରେ ଥାନାରେ ଏତଲା। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ରାଜକନିକା ପାତୁଳି ଗାଁର ଚାଷୀ ଧରଣୀଧର ନାୟକଙ୍କ ଜମା ଖାତାରୁ ଟଙ୍କା ଉଠାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ କିଛି ଦିନ ତଳେ ବରୁଣା ପ୍ରାଥମିକ କୃଷି ସମବାୟ ସମିତିରୁ ୧ ଲକ୍ଷ ୫୯ ହଜାର ଟଙ୍କା ରୁଣ କରିଥିଲେ। ଏହି ଟଙ୍କା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜକନିକା ଶାଖାରେ ଥିବା ତାଙ୍କ ଜମା ଖାତାକୁ ଆସିଥିଲା। କିନ୍ତୁ ସେ ବ୍ୟାଙ୍କକୁ ଟଙ୍କା ଉଠାଣ କରିବାକୁ ଯାଇଥିବାବେଳେ ଜମାଖାତାରୁ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ତେବେ ଏ ନେଇ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ସନ୍ତୋଜନକ ଉତ୍ତର ଦେଇପାରିନଥିଲେ। ବରୁଣା କୃଷି ସମବାୟ ସମିତି ର ସମ୍ପାଦକ ଏବଂ ବ୍ୟାଙ୍କ ଶାଖା ପରିଚାଳକ ଚଞ୍ଚକତା କରି ଟଙ୍କା ଉଠାଇଥିବା ଚାଷୀ ଧରଣୀଧର ନାୟକ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories