ଜେଲରୁ ଶାସନ କରିବେ କେଜ୍ରିୱାଲ

ଡେସ୍କ: ଜେଲରେ ରହି ଦିଲ୍ଲୀକୁ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିବେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଆଜି ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଆଗତ ମାମଲାକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗ ଉପରେ ସମୀକ୍ଷାର ଆବଶ୍ୟକ ନାହିଁ କାରଣ କୋର୍ଟ ଏହାର ନ୍ୟାୟିକ ସମୀକ୍ଷା କରିପାରିବେ ନାହିଁ। ନ୍ୟାୟାଳୟ ଏହି ପ୍ରସଙ୍ଗରେ କୌଣସି ଦାଖଲ ଦେବେ ନାହିଁ ବୋଲି କହିଛନ୍ତି।

Comments are closed.