www.samajalive.in
Sunday, December 7, 2025
26.1 C
Bhubaneswar

ତ୍ରିରଙ୍ଗାର ଅପମାନ କରିଛନ୍ତି କେଜ୍ରିୱାଲ: ପ୍ରହଲ୍ଲାଦ ପଟେଲ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତ୍ରିରଙ୍ଗାରଅପମାନ କରିଥିବା କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ସିଂହ ପଟେଲ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।

କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ କହିଛନ୍ତି ଯେ, କିଛିଦିନ ତଳେ ସେ କେଜ୍ରିୱାଲଙ୍କ ସାମ୍ବାଦିକ ସମ୍ମିଳନୀ ଦେଖୁଥିଲେ। ତାଙ୍କ ପଛରେ ଲଗାଯାଇଥିବା ୨ଟି ତ୍ରିରଙ୍ଗା ପତାକାରେ ଧଳା ରଙ୍ଗ ଉପରେ ସବୁଜ ପଟିକୁ ବୃଦ୍ଧି କରାଯାଇଥିଲା। ସେ ଏଥିପାଇଁ କେଜ୍ରିୱାଲ ଏବଂ ଉପରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି। ଏହାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶାବଳୀର ଉଲ୍ଲଂଘନ ବୋଲି ପ୍ରହ୍ଲାଦ କହିଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହାକୁ ସଂଶୋଧନ କରିବା ଲାଗି ପ୍ରହ୍ଲାଦ ଚିଠିରେ ଲେଖିଛନ୍ତି। ସେହିପରି ଏହି ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ଉପରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ କରୋନା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅନେକ ସମୟରେ ଭିଡିଓ କନ୍‌ଫରେନ୍ସ ଜରିଆରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ତାଙ୍କ ପଛ ପଟେ ସବୁବେଳେ ୨ଟି ତିରଙ୍ଗା ରହିଥିବା ଦେଖାଯାଇଥାଏ। ତେବେ ତ୍ରିରଙ୍ଗାକୁ ନିୟମ ଅନୁସାରେ ଲଗାଇବାକୁ ନେଇ କେନ୍ଦ୍ରମନ୍ତ୍ରୀ ଆପତ୍ତି ଉଠାଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories