କେଦାରନାଥରେ ଭିଆଇପି ସଂସ୍କୃତି ହଟିଲା

0

କେଦାରନାଥ : କେଦାର ନାଥ ଯାତ୍ରାରେ ଆସୁଥିବା ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ କେଦାରନାଥରେ ଭିଆଇିପି ସଂସ୍କୃତିର ଅନ୍ତ କରାଯାଇଛି । ଅର୍ଥାତ ଏବେ ସାଧାରଣ ଓ ଭିଆଇପି ଭକ୍ତ ଗୋଟିଏ ଧାଡିରେ ବାବା କେଦାରନାଥଙ୍କ ଦର୍ଶନ କରିବେ । ଭିଆଇପି ସଂସ୍କୃତି ହଟିବା ପରେ ଏବେ ସାଧାରଣ ଭକ୍ତଙ୍କୁ ଆଉ ଧାଡିରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବ ନାହିଁ । ଗରିବ ଓ ଧନୀ ଏକା ସଙ୍ଗେ ଗୋଟିଏ ଧାଡିରେ ଯାଇ ଭଗବାନଙ୍କ ଦର୍ଶନ କରିବେ । ଏପର୍ଯ୍ୟନ୍ତ କେଦାରନାଥଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ପାଇଁ ଦୁଇଟି ଧାଡି ହୋଇଥାଏ । ୧୮ କିଲୋମିଟର ଦୂରରୁ ଏହି ଧାଡି ଆରମ୍ଭ ହୋଇଥାଏ । ଶ୍ରଦ୍ଧାଳୁ ଚାଲି ଚାଲି କିମ୍ବା ଘୋଡ଼ା ଗାଡ଼ିରେ ମନ୍ଦିରକୁ ଆସିଥାନ୍ତି । ଗୋଟିଏ ଧାଡିରେ ଭିଆଇପି ଓ ଅନ୍ୟ ଧାଡିରେ ସାଧାରଣ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ତେବେ ଚଳିତ ବର୍ଷ ଭିଆଇପି ସଂସ୍କୃତିର ଅନ୍ତ ସହ ଗୋଟିଏ ଧାଡିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଅପ୍ରେଲ ୨୯ରେ କେଦାନାରନାଥ ମନ୍ଦିରର ଫାଟକ ଖୋଲିବ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିନ ବାବାଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି ।

Leave A Reply