www.samajalive.in
Saturday, December 6, 2025
15.1 C
Bhubaneswar

ଘାତକ ସାଜିଛି ଡିପଥେରିଆ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ, ୧୫ ଆକ୍ରାନ୍ତ ୫ ମୃତ

ଭୁବନେଶ୍ବର : କାଶୀପୁରକୁ ପୁଣି ଶନିଦଶା। ପୂର୍ବରୁ ଆମ୍ବ ଟାକୁଆ ଖାଇବା ଦ୍ବାରା ଏହି ଅଞ୍ଚଳରେ ଝାଡାବାନ୍ତି ବ୍ୟାପୁଥିଲା। ଏବେ ଡିପଥେରିଆ ପୁଣି ମୁଣ୍ଡ ନେଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଡିପଥେରିଆରେ ୧୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ୩ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଦଳ ଯାଞ୍ଚ କରୁଥିବାବେଳେ ସିଡିଏମ୍‌ଓ ମଧ୍ୟ ଘଟଣା ଉପରେ ନଜର ରଖିଛନ୍ତି। ଉକ୍ତ ଅଞ୍ଚଳରେ କାହିଁକି ଏଭଳି ଘଟଣା ଘଟିଲା, ଏହାଛଡା ଟିକା ଦିଆଯାଇଛି କି ନାହିଁ ଏବଂ ଯଦି ଦିଆଯାଇଛି କିଭଳି ରୋଗ ଲେଉଟିଲା ତାହା ଉପରେ ଯାଞ୍ଚ ଚାଲିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ରୋଗର କାରଣ ଜଣାପଡ଼ି ନଥିବାବେଳେ ପ୍ରାରମ୍ଭରେ ଥଣ୍ଡା ହେବା ସହ ତଣ୍ଟି ଦରଜ ହେ‌ବା ଏବଂ ତଣ୍ଟିରେ ପରଦା ପରି ଆସ୍ତରଣ ପଡି ଫୁଲିଯାଇଥାଏ। ସେହିପରି କାଶ ଏବଂ ନିଃଶ୍ବାସ ନେବାରେ କ‌ଷ୍ଟ ହେବା ଆଦି ଲକ୍ଷଣ ଦେଖାଦେଇଥାଏ। ବିଶେଷ କରି ଏହି ରୋଗ ଛୋଟଛୁଆଙ୍କୁ ହୋଇଥାଏ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ଚଳିତ ବର୍ଷ ଡିପଥେରିଆ ସଂଖ୍ୟା ୧୪ ଥିଲା ଏବଂ ଗତକାଲି ଜଣେ ନୂଆ କରି ଆକ୍ରାନ୍ତ ହେବା ଦ୍ବାରା ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ଉକ୍ତ ଘଟଣାର ତଦାରଖ କରୁଛି। ଏହାପରେ କାରଣ ସ୍ପ‌ଷ୍ଟ ହେବ। ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କୁ ଆଣ୍ଟିବାଓଟିକ୍‌ ଦିଆଯିବ। ଆବଶ୍ୟକ ପଡ଼ିଲେ ଜରୁରୀକାଳୀନ ଟିକା ଦିଆଯିବ। ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ନିର୍ଦେଶନାମା ଆଧାରରେ କାର୍ଯ୍ୟପନ୍ଥ‌ା ଗ୍ରହଣ କରାଯିବ। ପୂର୍ବରୁ ଏହି ରୋଗ ଅଧିକ ସଂଖ୍ୟାରେ ହେଉଥିଲା ଏବଂ ସାମୂହିକ ଡିପିଟି ଟିକାକରଣ ଦ୍ବାରା ଏବେ ନିୟନ୍ତ୍ରଣରେ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories