www.samajalive.in
Friday, December 5, 2025
17.1 C
Bhubaneswar

ସମ୍ବଲପୁରର ସାମଗ୍ରିକ ବିକାଶ ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍‌‌ :ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରରେ ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧୁରାଯିବ । ଏଥିପାଇଁ ଦୀର୍ଘ ଆଦୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ବିଶେଷ ଭାବରେ ସମ୍ବଲପୁରକୁ ଏକ ଶ୍ରୀମନ୍ତ ସହର କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ରବିବାର ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ମୌଳିକ ସମସ୍ୟା ଓ ଲୋକାକାଂକ୍ଷା ସହ ଜଡ଼ିତ ବିଭିନ୍ନ ବିଷୟରେ ଦିଆଯାଇଥିବା କାର୍ୟ୍ୟକୁ ଅନୁପାଳନ କରିବା ଉପରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ଜନଆଶୀର୍ବାଦ କାରଣରୁ ବିଜେପି ସରକାର ଗଠନ ହୋଇଛି । ସରକାର ଗଠନର ସ୍ୱଳ୍ପ ସମୟ ମଧ୍ୟରେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ନୀତିଗତ ନିଷ୍ପତି ନିଆଯାଉଛି । ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।
ତେବେ ରାଜ୍ୟରେ ଜଣେ ଆଦିବାସୀ ଯୁବ ନେତୃତ୍ବ ମୋହନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦିଆଯିବା ପରେ ୧୬ ଜଣିଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି । ଅନ୍ୟପକ୍ଷରେ ବିଜେପି ସରକାର ଦାୟିତ୍ଵ ନେବାପରେ ପୁରୀ ମନ୍ଦିର ରେ ଚାରି ଦ୍ୱ।ର ଖୋଲାଯାଇଥିବା ବେଳେ ଧାନ ୩୧୦୦ ଟଙ୍କାରେ କିଣାହେବ । ଏପରିକି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବା ପାଇଁ ୧୦୦ ଦିନରେ ଭିତରେ ଯୋଜନା ପ୍ରସ୍ତୁତ ହେବ ବୋଳି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେବେ ରବିବାର ତାଙ୍କୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ମହାନଗର ନିଗମ କାର୍ୟ୍ୟାଳୟ କମିସନର ମଧ୍ୟ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ସମ୍ବଲପୁରରେ ପିଇବା ପାଣି, ପରିମଳ, ନାଳ, ରାସ୍ତା, ଜମି ପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା , କ୍ରୀଡା ଭିତ୍ତିଭୂମି ବିକାଶ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ସମ୍ବଲପୁରକୁ ଆଗକୁ ନେବା ପାଇଁ ମଧ୍ୟ ଦଳ ପକ୍ଷରୁ ପ୍ରାଥମିକତା ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସିନ୍ଦୁରପଙ୍କରୁ ନକ୍ସାପାଲି ପର୍ଯ୍ୟନ୍ତ ପୁରୁଣା ଏନଏଚ ରାସ୍ତା ସ୍ୱାଭାବିକ ହୋଇଛି । ଖୁବଶୀଘ୍ର ଆନୁଷଙ୍ଗିକ କାମ ସମ୍ପୂର୍ଣ୍ଣ କରାଯିବ । ସରଲା ଓଭରବ୍ରିଜ ଠାରୁ ଆଗକୁ ଥିବା ରାସ୍ତାକୁ ୬ ଲେନ୍ କରାଯିବାର କାମ ଆରମ୍ଭ ହୋଇଛି । ପଡିଆବାହାଲରୁ ଗୋଶାଳା ପର୍ୟ୍ୟନ୍ତ ୧୮ କିମି ଏନଏଚ ସମ୍ବଲପୁରର ମୁଖଶାଳା ହେବ ତଥା ଏକ ବିକାଶର ମାର୍ଗ କରିବା ପାଇଁ ଯୋଜନା ହେବ ।
ସେଠାରେ ସ୍ୱାସ୍ଥ୍ୟ ସୁବିଧା ଓ ଟର୍ମିନାଲ କମ୍ପଲେକ୍ସର କାମ ଉପରେ ଗୁରୁତ୍ୱ ଦିଆଯିବ । ଏହି ଜାତୀୟ ରାଜପଥ ନୂଆ ସମ୍ବଲପୁରର ଅର୍ଥନୀତିର ଶ୍ରୀବୃଦ୍ଧିର ନମୁନା ହେବ । ସମ୍ବଲପୁରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ସହଯୋଗରେ ଜ୍ଞାନ ଆଧାରିତ ଅର୍ଥନୀତିକୁ ଗତି ଦିଆଯିବ । ଦକ୍ଷତା, ଉଦ୍ୟମିତା ଓ ରୋଜଗାର ଉପରେ ଗୁରୁତ୍ୱ ଦେଇ ସମ୍ବଲପୁରକୁ ଏକ ଶ୍ରୀମନ୍ତ ସହର କରିବାପାଇଁ ବିଜେପି ପ୍ରତିଶ୍ରୁତି ବଦ୍ଧ । ଏଥିପାଇଁ ଯେଉଁ ଢାଞ୍ଚା ଦରକାର ସେ ଦିଗରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories